ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ।
ପୁରୀ ୧୦/୧୦ ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ମହାଳୟା ତିଥିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଶ୍ରାଦ୍ଧ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ପ୍ରତ୍ୟୁଷରୁ ସହରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦେବା ସହ ପିଣ୍ଡଦାନ କରିଥିଲେ। ମୁଳାଷ୍ଟମୀ ଠାରୁ ମହାଳୟା ପର୍ଯ୍ୟନ୍ତ ପିତୃପକ୍ଷ ରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିଥାନ୍ତି। ପିତୃଲୋକ ମାନେ ଉପରେ ରହି ସେମାନଙ୍କୁ ଆଶିର୍ବାଦ କରିଥାନ୍ତି ବୋଲି ବିଦିତ ଅଛି। ସେହିପରି ଶ୍ରୀମନ୍ଦିରର ଉତ୍ତର ଦ୍ଵାର ସମ୍ମୁଖ ରେ ଧାଡ଼ି ହୋଇ ବସି ବ୍ରାହ୍ମଣ ମାନଙ୍କର ଉଚ୍ଚାରଣ ସହ ପିତୃଲୋକ ମାନଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥିଲା। ମହାଳୟା ଅମାବାସ୍ୟା ପାଇଁ ଆଜି ଶ୍ରୀ ମନ୍ଦିରରେ ରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସିଂହ ଦ୍ଵାର ସମୁଖ ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ର ଲମ୍ବା ଧାଡ଼ି ଲାଗିଥିଲା। ଆଜି ଠାରୁ ମାଆ ବିମଳା ଙ୍କ ପୀଠ ସହ ସହରରେ ଥିବା ବିଭିନ୍ନ ଶକ୍ତିପୀଠ ଗୁଡିକରେ ନବଦିନାତ୍ମକ ପୂଜା ଆରମ୍ଭ ହୋଇଥିଲା। ଗୃହସ୍ଥ ମାନେ ମଧ୍ୟ ଘରେ ବୃନ୍ଦାବତୀଙ୍କ ସମ୍ମୁଖରେ ଶ୍ରାଦ୍ଧପତ୍ର ପକାଇଥିଲେ.
