November 21, 2026
Home » ପୋଲିସକୁ ଦେଖି ଗଞ୍ଜେଇ ଗାଡି ଛାଡି ଗଞ୍ଜେଇ ମାଫିଆ ଚମ୍ପଟ,୫୪ କେଜି ୧୧୦ ଗ୍ରାମ ଗଞ୍ଜେଇ ଜବତ

ପୋଲିସକୁ ଦେଖି ଗଞ୍ଜେଇ ଗାଡି ଛାଡି ଗଞ୍ଜେଇ ମାଫିଆ ଚମ୍ପଟ,୫୪ କେଜି ୧୧୦ ଗ୍ରାମ ଗଞ୍ଜେଇ ଜବତ

0
WhatsApp Image 2026-11-21 at 1.19.29 PM

ଗଣିଆ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସକୁ ଦେଖି ଗଞ୍ଜେଇ ଗାଡି ଛାଡି ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗୁରୁବାର ଗଣିଆ ବଜାରରେ ସାପ୍ତାହିକ ହାଟ ଚାଲିଥିବାରୁ ଗଣିଆ – ଦଶପଲ୍ଲା ମୁଖ୍ୟ ରାସ୍ତାର ଫରେଷ୍ଟ ଅଫିସ ନିକଟରେ ପୋଲିସ ପାଟ୍ରୋଲି° କରୁଥିବା ବେଳେ ଦଶପଲ୍ଲା ପଟୁ ଏକ ବୋଲେରୋ ଆସୁଥିଲା । ରାସ୍ତା ଉପରେ ପୋଲିସକୁ ଦେଖି ଗାଡି ଛାଡି ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ । ଗାଡି ପାଖକୁ ଆସିବା ବେଳେ ଗାଡି ପଛ ପାଖରେ ଗଞ୍ଜେଇ ବସ୍ତା ରହିଥିବା ଜଣାପଡିଥିଲା । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ତୁରନ୍ତ ଏ ସମ୍ପର୍କରେ ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠଙ୍କୁ ଅବଗତ କରିଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବାହାର କରି ଓଜନ କରାଯାଇଥିଲା । ୩ଟି ବସ୍ତା ସହିତ ପ୍ରାୟ ୫୪ କେଜି ୧୧୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଜଉମୁଦ ଦେଇ ସିଲ୍ କରାଯାଇଥିଲା । ଗଞ୍ଜେଇ ଚାଲାଣରେ ବ୍ୟବହୃତ ବୋଲେରୋଟିକୁ ମଧ୍ୟ ଜବତ କରାଯାଇଛି । ଗାଡିଟିକୁ ଛାଡି ଗଞ୍ଜେଇ ମାଫିଆ କେଉଁ ଆଡେ ଗଲେ ତାର କୌଣସି ପତ୍ତା ମିଳିପାରିନାହିଁ । ତେବେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *