May 13, 2025
Home » ପ୍ରତି ହୁଡାରେ ଗଛ କାର୍ଯ୍ୟକ୍ରମ

ପ୍ରତି ହୁଡାରେ ଗଛ କାର୍ଯ୍ୟକ୍ରମ

0
WhatsApp Image 2024-08-06 at 11.48.35 AM (1)

 

ତିର୍ତୋଲ:.କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ପ୍ରତି ବିଲ ହୁଡାରେ ଗଛ ଲଗାଇବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ବିପିନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୃକ୍ଷରୋପଣ ଶିବିରକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଭୁବନେଶ୍ୱରର କୃଷି ବନୀକରଣ ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ ସୁବାଷ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ।

ବୈଜ୍ଞାନିକ ଡଃ ମାନସ ରଞ୍ଜନ ନାୟକ ଓ କୃଷି ବିଜ୍ଞାନ କେନ୍ଦ୍ର ନିମକଣାର ବୈଜ୍ଞାନିକ ଡଃ ଦ୍ବାରିକା ମୋହନ ଦାସ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀଙ୍କୁ କୃଷି ବନୀକରଣର ଲାଭ, ଚାଷଜମି ହୁଡାରେ ବୃକ୍ଷର ଉପଯୋଗିତା ବିଷୟରେ ଉଦବୋଧନ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଚାଷଜମି ହୁଡାରେ ସରପଞ୍ଚ , ନାୟବ ସରପଞ୍ଚ ଓ ଅତିଥିମାନେ ନଡ଼ିଆ ଚାରାରୋପଣ କରିଥିଲେ। ଏହି ବିଶେଷ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ସତୁରୀ (୭୦) ରୁ ଅଧିକ ଗଛପ୍ରେମୀ ପୁରୁଷ ଓ ମହିଳାଙ୍କୁ ତିନିଶହ (୩୦୦) ନଡ଼ିଆ, ଗୁଆ, ଆମ୍ବ, ଲେମ୍ବୁ ଇତ୍ୟାଦି ଫଳଗଛର ଉନ୍ନତ କିସମର ଚାରା କୃଷି ବନୀକରଣ ବିଭାଗ ତରଫରୁ ବଣ୍ଟନ କରାଯାଇଥିଲା

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *