ଫୁଲବାଣୀ ଠାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ 18ତମ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ସଭା।
ବିଶ୍ବହିନ୍ଦୁ ପରିଷଦ କନ୍ଧମାଳ ପକ୍ଷରୁ ବେଦାନ୍ତ କେଶରୀ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ 18ତମ ବଳିଦାନ ଦିବସ ଉପଲକ୍ଷେ ଫୁଲବାଣୀ ଠାରେ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଇଯାଇଛି। ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ହଜାର ହଜାର ଅନୁଗାମୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ଵାମୀଜୀଙ୍କ ଜୀବନୀର ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ରେ ବନବାସୀ ଭାଇ ଭଉଣୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ କାମ କରୁଥିବା, ବକ୍ତାମାନେ ସୂଚନା ଦେଇଥିଲେ। ବାଳିକା ମାନଙ୍କ ପାଇଁ ଭାରତର ଏକ ମାତ୍ର ବେଦ ବିଦ୍ୟାଳୟ ଓ ସଂସ୍କୃତି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସ୍ଵାମୀଜୀ,କୣଷି,ଗୋ ସୁରକ୍ଷା, ଶିକ୍ଷା,ଜୀବନ ଜୀବିକା କ୍ଷେତ୍ରରେ ପରିବର୍ତ୍ତନ ଆଣି ସଂସ୍କୃତି ଓ ପରମ୍ପରାର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜୀବନ ଉତ୍ସର୍ଗ କରିଥିଲେ। ଧର୍ମାନ୍ତରିକରଣକୁ ବିରୋଧ କରୁଥିବାରୁ କୁଚକ୍ରି ମାନଙ୍କ ଚକ୍ରାନ୍ତରେ ଆତତାୟୀଙ୍କ ଦ୍ବାରା ଜୀବନକୁ ବଳିଦାନ ଦେଇଥିବା ବକ୍ତାମାନେ କହିଥିଲେ। ସ୍ବାମୀ ଲକ୍ଷଣାନନ୍ଦ ସରସ୍ଵତୀଙ୍କ ନାମରେ ସରକାରୀ ମେଡିକାଲ କଲେଜ କନ୍ଧମାଳର ନାମ କରଣକୁ ସ୍ଵାଗତ ଜଣାଇ ଏହା ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ଅଭିହିତ କରିଥିଲେ।କେତେକ ଅସହିଷ୍ଣୁ ବିରୋଧୀ ବିରୋଧ କରୁଥିବା କହିଥିଲେ। କେବଳ କନ୍ଧମାଳ ନୁହେଁ, ଭାରତ ବର୍ଷରେ ସମସ୍ତେ ସନାତନୀ ଓ ହିନ୍ଦୁ ଥିଲେ,ଲୋଭ ମୋହ ଦେଖାଇ କିଛି ଲୋକଙ୍କୁ ବିଦେଶୀ ଶକ୍ତି ଧର୍ମାନ୍ତରିତ କରି ବିଷମଞି ବୁଣୁଥିବାରୁ ଏହା ଆମ ସଂସ୍କୃତି ପରମ୍ପରା ଐତିହ୍ୟ ଉପରେ ପ୍ରଭାବି ହେଉଥିବାରୁ ସ୍ଵଧର୍ମକୁ ଫେରିଆସିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସ଼ରରେ ଭି ଏଚ ପି ରାଜ୍ୟ ପୂର୍ବପ୍ରାନ୍ତ ବିଭାଗ ସଂମ୍ପାଦକ ପଣ୍ଡିତ ମହେଶ ମହାପାତ୍ର, ବନବାସୀ କଲ୍ୟାଣ ଆଶ୍ରମର ପବିତ୍ର କହଂର, ବିଜେପି ଜିଲା ସଭାପତି ପଣ୍ଡିତ ବିଶିମାଝୀ, ଜିଲା ସଂଘ ଚାଳକ ରମେଶ ସାହୁ, ଅମୣତ ପରିବାରର ସନ୍ଥ ସୁଦୟା ଆବା, ସ୍ଵାମୀ ଭାସ୍କର ତୀର୍ଥ ମହାରାଜ,
କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଉମାଚରଣ ମଲିକ, ଏସଡିସି ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଉପାଧ୍ୟାକ୍ଷା କଳ୍ପନା କହଂର ପ୍ରମୁଖ ସ୍ଵାମୀଜୀଙ୍କ ଜୀବନା ଦର୍ଶନ ଉପରେ ଆଲୋକ ପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦର ଜିଲା ସଭାପତି ପ୍ରମୋଦ ମହାପାତ୍ର, ସଂମ୍ପାଦକ ବିଜେନ୍ଦ୍ର ପ୍ରଧାନ, ସ୍ଵାମୀ ସୁଧାନନ୍ଦ ଗିରି, ଖଗେଶ୍ୱର ଦାସ, ଜୀବନାନନ୍ଦ ଦାସଙ୍କ ବିଭିନ୍ନ ମଣ୍ଡଳର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।
ଜିଲ୍ଲାର ବିଭିନ୍ନ ଅଞ୍ଝଳରୁ ଦଶ ହଜାରରୁ ଅଧିକ ଶ୍ରଦ୍ଧାଳୁ ମାଦିକୁନ୍ଦା ଛକରୁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସ୍ଵାମୀ ଲକ୍ଷଣା ନନ୍ଦ ସରସ୍ଵତୀ ଅମର ରହେ ଧ୍ୱନି ଦେଇଥିଲେ।ଏକଲ ଅଭିଯାନର ପ୍ରିୟରଞନ ଚୌଧୁରୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।
