ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ନ କରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଦାବି ଜଣାଇଲେ ଖଲିଆପାଲି ଗ୍ରାମ ବାସୀ
ବରଗଡ଼ : ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଗସ୍ତ ରେ ଆସିଥିବା ବେଳେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବ ରେ ଖଲିଆ ପାଲି ଗ୍ରାମବାସୀ ବୃନ୍ଦ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଭେଟି ବରଗଡ଼ ର ଜୀବନ ଜୀବିକା ଯୋଗାଉଥିବା ସିମେଣ୍ଟ କାରଖାନା ବନ୍ଦ କରା ନ ଯାଉ ବୋଲି ଦାବି କରିଥିଲେ ।ଏହି ଫ୍ୟାକ୍ଟ୍ରି ବନ୍ଦ ହେବା ଫଳରେ ହଜାର ହଜାର ସ୍ଥାନୀୟ କର୍ମଚାରି ନିଜର ଜୀବନ ଜୀବିକା ହରାଇବା ସହ ଅସୁବିଧା ର ସମ୍ମୁଖୀନ ହେବେ ବୋଲି ଉଲ୍ଲେଖ କରିଥିଲେ ।

ତେଣୁ ଏହି ସିମେଣ୍ଟ କାରଖାନା ବନ୍ଦ ନିଷ୍ପତ୍ତି ର ପୁନର୍ବିଚାର କରାଯାଇ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ଉପ ମୁଖ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ଅବସର ରେ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ,ବିଜେପୁର ବିଧାୟକ ସନତ ଗଡତୀଆ,ଅତାବିରା ବିଧାୟକ ନିହାର ମହାନନ୍ଦ ପ୍ରମୁଖ ବିଧାୟକ ଗଣ ମଧ୍ୟ ଉପସ୍ଥିତ ଥିଲେ । ଖଲିଆପାଲି ଗ୍ରାମ ବାସୀ ଙ୍କ ପକ୍ଷରୁ ପୂର୍ବତନ ସରପଂଚ ଚୈତନ୍ୟ ପାଇକ,ରମେଶ ମହାପାତ୍ର,ଉମାକାନ୍ତ ଭୋଇ, ଜୟ ରାମ ଭୋଇ,ନାରେନ୍ ନାଏକ ପ୍ରମୁଖ ଉପସ୍ଥିତ ରହି ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ଆଦାନୀ ସିମେଣ୍ଟ କାରଖାନା ଖୋଲିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
