May 13, 2025
Home » ବସ୍ ଧକ୍କାରେ ମାଆ ମୃତ, ପୁଅ ଓ ଝିଅ ଆହତ

ବସ୍ ଧକ୍କାରେ ମାଆ ମୃତ, ପୁଅ ଓ ଝିଅ ଆହତ

0
WhatsApp Image 2024-08-18 at 1.10.01 PM

 

ବୌଦ୍ଧ — ଝିଅକୁ ଭଲ କରିବାକୁ ଯାଇ ଚାଲିଗଲା ମାଆର ଜୀବନ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି ଛକ ନିକଟରେ। ମିଳିଥିବା ସୂଚନା ଅନୁସାରେ ମନମୁଣ୍ଡା ଥାନା ଅନ୍ତର୍ଗତ ମୁଣ୍ଡିପଦର୍ ଗ୍ରାମର ବିଶାଖା ଭୋଇଙ୍କ ଝିଅ ସ୍ୱାସ୍ଥ୍ୟ ଖରାପ ଥିବାରୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ ।

ପରେ ସୁସ୍ଥ ହେବାରୁ ରବିବାର ଭୋର୍ ୩ ଟା ସମୟରେ ବାଇକ୍ ଯୋଗେ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ନିଜ ଘରକୁ ଫେରୁଥିଲେ । ହେଲେ ହଠାତ୍ ଯମ ବେଶରେ ମାଡିଆସିଥିଲା ଏକ ବ୍ଲୁ ରଙ୍ଗର ଏକ ବସ୍ । ବସ୍ ଟି ବାଇକକୁ ଧକ୍କା ପରେ ଫେରାର୍ ମାରିଥିବା ବେଳେ ଘଟଣା ସ୍ଥଳରେ ବିଶାଖା ଭୋଇଙ୍କ ମୃତ୍ୟୁ ଘଟିଥିଲା ଓ ପୁଅ ଏବଂ ଝିଅ ଆହତ ହୋଇଥିଲେ। ପରେ ଉତ୍ୟକ୍ତ ଲୋକେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ l ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ପ୍ରାୟ ୩ ଘଣ୍ଟା ରାସ୍ତାରୋକ୍ ହେବା ପରେ ଘଟଣାସ୍ତଳରେ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପହଞ୍ଚି ସହାୟତା ରାଶି ଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା l

 

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *