July 5, 2025
Home » ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

0
WhatsApp Image 2024-11-08 at 6.16.45 PM

ସୁବର୍ଣ୍ଣପୁର — ସ୍ୱର୍ଗତ କୁନ୍ଦୁରୁ କୁଶଳ ଏକ ଯୁଗଜନ୍ମା ମଣିଷ ଥିଲେ। ସୋନପୁର ର ମାଟି ପାଣି,ପବନ କୁ ଅତ୍ୟଧିକ ଭଲପାଉଥିବା ଜଣେ ନିଚ୍ଛକ ମଣିଷ ଭାବରେ ସେ ସମସ୍ତ ଙ୍କ ଅତି ପ୍ରିୟଥିଲେ ବୋଲି ଆଜି ସୋନପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୭ତମ ଶ୍ରାଦ୍ଧବାର୍ଷିକୀ ପାଳନ ରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।। ସ୍ଵର୍ଗତ କୁଶଳ ତାଙ୍କର ବିଧାୟକ ଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗଠନ, ମହାନଦୀ ବ୍ରିଜ ନିର୍ମାଣ ରେ ତାଙ୍କର ବିଶେଷ ଅବଦାନ ରହିଥିବାବେଳେ ସେ ଥିଲେ ଜଣେ ଖଟିଖିଆ ,ଅଭାବୀ ମଣିଷ ର ଦରଦି ବନ୍ଧୁ । ସମାଜର ନିମ୍ନ ବର୍ଗର ଲୋକଙ୍କ ସାମଗ୍ରୀକ ବିକାଶ ପାଇଁ ସେ ସଦା ତତ୍ପର ଥିଲେ ।

ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରଥମେ ଆଜି ସକାଳେ ମହାନଦୀ ବ୍ରୀଜ୍ ଠାରୁ କୁଞ୍ଜ ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ପରେ କୁଞ୍ଜ ଛକ ଠାରେ ସ୍ଵର୍ଗତ କୁଶଳ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ପଏଁରୀ ଅନୁଷ୍ଠାନ ର ସଂପାଦକ ଚୌଧୁରୀ ବିଭାର ଙ୍କ ସ୍ଵାଗତ ଅଭିଭାଷଣ ପରେ କୋଶଳ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଏହି ସ୍ମୃତି ସଭାରେ ଅତିଥି ଭାବରେ ସୋନପୁର ର ପୂର୍ବତନ ନଗରପାଳ କଇରୁ ସ୍ଵାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ସଂସ୍କୃତି ଗବେଷକ ଗଦାଧର ବାରିକ, ପ୍ରଫେସର ନିଳାମ୍ବର ଶତପଥି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ସମାଜସେବୀ ଗୋପାଳ ନେଗୀ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ କୁଶଳ ଙ୍କ ସ୍ମୁତି ଚାରଣ କରିଥିଲେ।

ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଗଠନରେ କୁନ୍ଦୁରୁ କୁଶଳ ଙ୍କ ଭୂମିକା ସଂପର୍କରେ ସ୍କୁଲ ପିଲାମାନଙ୍କୁ ନେଇ ହୋଇଥିବା ବକ୍ତୃତା ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସାହାରା ଟ୍ରଷ୍ଟ ହାଇସ୍କୁଲ ର ପ୍ରିୟଂକା ପ୍ରଧାନ, ସୁକାନ୍ତି ଇଣ୍ଟରନେସନାଲ ସ୍କୁଲ ର ପ୍ରିତୀଶ ନାୟକ,କୋଶଳ ହାଇସ୍କୁଲ ର ହିତେଶ ରଣା ଓ ସଙ୍ଗୀତ ରେ ସାହାରା ଟ୍ରଷ୍ଟ ହାଇସ୍କୁଲ ର ଅନ୍ୱେଷା ବଡ଼ପଣ୍ଡା,କୋଶଳ ହାଇସ୍କୁଲ ର ସୁଚିସ୍ମିତା ମେହେର ଓ ସାହାରା ଟ୍ରଷ୍ଟ ହାଇସ୍କୁଲ ର ସଙ୍ଗୀତା ମହାକୁଡ଼ ଓ ମାରାଥନ୍ ରେସ୍ ରେ ଜୁନେଶ ନନ୍ଦ, ଶରତ ପଧାନ ଓ ସୁନୀଲ ମହାକୁଡ଼, ସେହିପରି ବାଳିକା ବିଭାଗରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *