ବିପୁଳ ପରିମାଣ ରେ ଗଞ୍ଜେଇ ଜବତ : ମାଫିଆ ଫେରାର
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସକୁ ମିଳିଛି ବଡ ସଫଳତା l ଏକ କଣ୍ଟେନରରୁ 1302 ପ୍ୟାକେଟ ପ୍ରାୟ ୧୨ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ପୋଲିସ l ସୂଚନା ଅନୁସାରେ, ଉକ୍ତ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରି କଦଳୀଗଡ଼ ପଟରୁ ବୀରମହାରାଜପୁର ଆଡ଼କୁ ଆସୁଥିଲା । କୌଣସି ସୂତ୍ରରୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ପାଇବା ପରେ ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ କୁ କଡାକଡି କରାଯାଇ ଥିଲା ଓ ସୁବଳୟା ପୋଲିସ କଣ୍ଟେନରଟିକୁ ପିଛା କରିଥିଲା। ପୋଲିସକୁ ପିଛା କରୁଥିବା ଜାଣି ଡ୍ରାଇଭର ସୁବଳୟା-ବୀରମହାରାଜପୁର ରାସ୍ତାର ଗୋବିନ୍ଦପୁର ଛକ ନିକଟ ଶରଖଣ୍ଡି ଅଞ୍ଚଳରେ କଣ୍ଟେନରଟିକୁ ଛାଡ଼ି ଫେରାର ହୋଇଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରଟିକୁ ଜବତ କରି ଏକଜୁକୁଟିଭ ମାଜିଷ୍ଟେଟ ଅଜିତ ମିର୍ଦ୍ଧା ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇର ଓଜନ କରାଯାଉଥିବା ବେଳେ ଏହାର ପରିମାଣ ୧୨ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ କଣ୍ଟେନରରେ ଡ୍ରାଇଭର ସମେତ ଆଉ କେତେଜଣ ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ l ଅଧିକ ତଦନ୍ତ ଜାରି ରହିଥିବା ସୁବଳୟା ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୀବ ବସ୍ତିଆ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..
