May 15, 2025
Home » ବିରଳ ମୁର୍ତ୍ତିକା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ପ୍ରଥମ ଅଧିବେଶନ ବୈଠକ ଅନୁଷ୍ଠିତ

ବିରଳ ମୁର୍ତ୍ତିକା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ପ୍ରଥମ ଅଧିବେଶନ ବୈଠକ ଅନୁଷ୍ଠିତ

0
WhatsApp Image 2024-10-14 at 3.29.43 PM

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାଚନ୍ଦ୍ରପୁର ପଞ୍ଚାୟତର ମାଟିଖାଲ ନିକଟସ୍ଥ ବ୍ୟାଘ୍ର ଦେବୀ ମନ୍ଦିର ଠାରେ ବିରଳ ମୁର୍ତ୍ତିକା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ , ଆଡଭୋକେଟ୍ ପ୍ରମୋଦ କୁମାର ସାହୁ , ଆଡଭୋକେଟ୍ ପଦ୍ମଚରଣ ସାହୁ , ଆଇ ଆର୍ ଇ ଏଲ ପୂର୍ବତନ ସମ୍ପାଦକ ପଞ୍ଚାନନ ବେହେରା,ଉପଦେଷ୍ଟା ଅଜୟ କୁମାର ଚୌଧୁରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପରିଚୟ ପ୍ରଦାନ କରିବା ସହ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ବିଧାୟକ ନିଜ ବକ୍ତବ୍ୟ ରେ ଆଇ.ଆର୍.ଇ.ଏଲ .ଯେଉଭଳି ଭାବେ ପ୍ରତିଶ୍ରୁତି ଦେଇ ଥିଲେ ମଧ୍ୟ କୌଣସି କଥା କୁ ନ ରଖିବା ଅଞ୍ଚଳର ବାସୀଙ୍କ ଜମି ନେଇ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନା ରେ ଛଟେଇ କରିବା ବିଭିନ୍ନ ରାଜନୀତି କରୁଥିବା ବେଳେ ଆଗାମୀ ଦିନରେ ଏହାର ଠିକ୍ ଉତ୍ତର ଦିଆଯିବ ଏବଂ ଏଥିରେ ଏକଛତ୍ରବାଦ ନୀତିକୁ ଏଡାଇବାକୁ ସଂଘର ଆବଶ୍ୟକ ବୋଲି କହିଥିଲେ । ଅଶୋକ ଚୌଧୁରୀ କହିଥିଲେ ଏହି ସଙ୍ଘ ମୂଳ ଲକ୍ଷ୍ୟ ହେଉଛି ଏକତା ରହି କମ୍ପାନୀର ବିରୁଦ୍ଧରେ ନୁହ କମ୍ପାନୀ ର ସପକ୍ଷରେ ଉନ୍ନତ ମାନର କାମ କରିବା ଏବଂ ସଂଘର ସମସ୍ତ ସଦସ୍ୟ ମାନଙ୍କୁ କିଭଳି ଭାବେ ସାୟୀ ନିଯୁକ୍ତି ଦେବା ନେଇ ଅନୁରୋଧ ଜଣାଇଥିଲେ । ଅତିଥି ମାନେ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବା ଦିଗରେ ପ୍ରତିଶ୍ରୁତି ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦେବାଶିଷ ପାଣିଗ୍ରାହୀ ସଭା ପରିଚାଳନ କରିଥିବା ବେଳେ ସଙ୍ଘ ସଭାପତି ଦିବାକର ବେହେରା,ଉପସଭାପତି ସନ୍ତୋଷ ବେହେରା,ସମ୍ପାଦକ ପ୍ରଦୀପ କୁମାର ରାଉଳ, ସହ ସମ୍ପାଦକ ଶିବାଜି ରଞ୍ଜନ ବେହେରା, କୋଷାଧ୍ୟକ୍ଷ ଟି କିରଣ କୁମାର ଏବଂ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed