September 17, 2024
Home » ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣିରେ ଲାଞ୍ଚ ଦାବି ଅଭିଯୋଗରେ ସିଡିପିଓଙ୍କୁ ତାଗିଦ୍ କଲେ ନବରଙ୍ଗପୁର ବିଧାୟକଙ୍କ

ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣିରେ ଲାଞ୍ଚ ଦାବି ଅଭିଯୋଗରେ ସିଡିପିଓଙ୍କୁ ତାଗିଦ୍ କଲେ ନବରଙ୍ଗପୁର ବିଧାୟକଙ୍କ

0

 

ସିଡିପିଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଲାଞ୍ଚ ମାଗି ଚାପ ପକାଉଥିବା ଅଭିଯୋଗରେ ମଙ୍ଗଳବାର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସିଡିପିଓଙ୍କୁ ନବରଙ୍ଗପୁର ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିବା ଅଭିଯୋଗ ଶୁଣାଣୀରେ ସିଡିପିଓଙ୍କୁ ତାଗିଦ୍ କରିଛନ୍ତି । ବିଧାୟକ ନବରଙ୍ଗପୁର ବିଡ଼ିଓ ଉପସ୍ଥିତିରେ ଓ ସମସ୍ତଙ୍କ ସାମ୍ନାରେ ନବରଙ୍ଗପୁର ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କୁ ଡାକି ଅଙ୍ଗନବାଡି କେନ୍ଦ୍ର ପାଇଁ ଡ୍ରେସ କିଣାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଲାଞ୍ଚ ମାଗି ଚାପ ପକାଇଥିବା ବିଷୟ ନେଇ ସିଧାସଳଖ ସ୍ପଷ୍ଟିକରଣ ମାଗିଥିଲେ । ଏପରିକି ଲାଞ୍ଚ ମାଗିବା ଅଭିଯୋଗର ଅଡିଓ ରେକର୍ଡିରେ ପ୍ରମାଣ ରହିଛି କହିବା ବେଳେ ସିଡିପିଓ କିଛି ସନ୍ତୋଷଜନକ ଉତ୍ତର ନରଖି ଚୁପ୍ ଥିଲେ । ତେଣୁ ସିଡିପିଓ ଲାଞ୍ଚ ପାଇଁ ଦାବି କରୁଥିବା ପ୍ରମାଣ ହୋଇଛି ଯାହାକୁ ନେଇ ଉପର ଅଧିକାରୀଙ୍କୁ ସୂଚିତ କରାଯିବ ଏବଂ ୨୪ ବର୍ଷର ସରକାର ଏପରି ନ୍ୟୁନ କାର୍ଯ୍ୟରେ ବରଦାସ୍ତ କରିବାରେ ଅଭ୍ୟସ୍ତ କିନ୍ତୁ ବର୍ତମାନ ଆମ ସରକାର ଲାଞ୍ଚ କାରବାରକୁ ବରଦାସ୍ତ କରିବ ନାହିଁ କହିଥିଲେ । ଏଥିସହ ନବରଙ୍ଗପୁର ବ୍ଲକର ଏକ ନିର୍ଦ୍ଧିଷ୍ଟ ଏସଏଚଜି ଗ୍ରୁପ ଦ୍ୱାରା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରର ବିଦ୍ୟାର୍ଥିଙ୍କୁ ପୋଷାକବଣ୍ଟନ ବାବଦକୁ ସିଡିପିଓଙ୍କୁ ପାଞ୍ଚ ହଜାର ଦେବା ସମୟରେ ଦଶ ହଜାର ଟଙ୍କା ଦେଲେ ନେବି ବୋଲି କହି ପାଞ୍ଚହଜର ଟଙ୍କା ଫିଙ୍ଗି ଦେଇଥିବା ନେଇ ମହିଳା ଏସହେଚଜି ଅଭିଯୋଗ କରିଥିଲେ ବୋଲି ବିଧାୟକ ଶ୍ରୀ ମାଝି କହିଥିଲେ । ତେଣୁ ଆଗକୁ ସିଡିପିଓଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ କହିଥିଲେ ବିଧାୟକ ।
ଅପରପକ୍ଷରେ ସିଡିପିଓ ବ୍ରହ୍ମା କହିଥିଲେ ଯେ ଯାହାର କିଛି ଅସୁବିଧା ହେଲା ସେ ବିଧାୟକଙ୍କୁ ମିସଗାଇଡ କରିଥିବ ଓ ସିଡିପିଓ ଲାଞ୍ଚ ଦାବିକୁ ଖଣ୍ଡନ କରି ଏହାର ତଦନ୍ତ କରିବି ବୋଲି ଗଣମାଧ୍ୟମଙ୍କୁ କହିଥିଲେ । ବିଧାୟକ କଣ ମିଛ କହୁଛନ୍ତି କି ପ୍ରଶ୍ନର ସିଡିପିଓ ଉତ୍ତର ରଖି କହିଥିଲେ ଯେ ବିଧାୟକ ମିଛ କହୁନାହାନ୍ତି ।
ବିଧାୟକଙ୍କ ତାଗିଦ୍ ପରେ ମହିଳା ଏସହେଚଜି ଅଭିଯୋଗ ପରେ ସିଡିପିଓ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ କାର୍ଯ୍ୟନୁଷ୍ଠାନ ହେଉ ବା ଚେତାବନୀ ଦେଇଛି ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *