June 14, 2025
Home » ଭୋଟର ସଚେତନତା ରଥ ଉଦଘାଟିତ।
WhatsApp Image 2024-11-21 at 3.43.12 PM (1)

ପୁରୀ : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଭୋଟର ସଚେତନତା ରଥ ର ଉଦଘାଟନ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିବା ସହ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ସଂଶୋଧନ ଇତ୍ୟାଦି ପାଇଁ ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରି ସଚେତନ କରାଇବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ଡେପୁଟି କଲେକ୍ଟର ସୁଶାନ୍ତ କୁମାର ପଟ୍ଟନାୟକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *