July 11, 2026
Home » ରଥଯାତ୍ରା ପାଇଁ ଆନ୍ତଃ ବିଭାଗ ସମନ୍ୱୟ ବୈଠକ ଅନୁଷ୍ଠିତ

ରଥଯାତ୍ରା ପାଇଁ ଆନ୍ତଃ ବିଭାଗ ସମନ୍ୱୟ ବୈଠକ ଅନୁଷ୍ଠିତ

0
WhatsApp Image 2026-07-11 at 4.12.48 PM

ପୁରୀ: ନିଜକୁ ଜଣେ ଦାୟିତ୍ୱବାନ ଅଧିକାରୀ ବା କର୍ମଚାରୀ ବୋଲି ମନେ କରିବା ସହ ରଥଯାତ୍ରା ରେ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ବରିଷ୍ଠ ଅଧିକାରୀ, ମାଜିଷ୍ଟ୍ରେଟ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ର ଏକ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ଯେଉଁ ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆ ଯାଉଛି ସେ ସମ୍ପର୍କରେ ସେ ସଠିକ ଭାବେ ଅବଗତ ହେବା ଅତ୍ୟନ୍ତ ଜରୁରୀ।ସେହିପରି ଯେଉଁ ଅଞ୍ଚଳ ପାଇଁ ନିୟୋଜିତ ତାହାକୁ ଭଲ ଭାବେ ଅନୁଧ୍ୟାନ କରି ନିଅନ୍ତୁ।ପୋଲିସ, ସୁରକ୍ଷା ଅଧିକାରୀ,ସୁରକ୍ଷା କର୍ମୀ,ଅନ୍ୟ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ମାନଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ ଜରୁରୀ।ଏହା କାମକୁ ସହଜ କରିଥାଏ।ସର୍ବୋପରି ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କୁ ନମ୍ର ଓ ଭଦ୍ର ବ୍ୟବହାର କରିବା,ନିଜ ଦାୟିତ୍ୱ ସମୟ ସହ ଅନ୍ୟ ଅଧିକାରୀ ଆସିଲେ ତାଙ୍କୁ ସେହି ଅଞ୍ଚଳ ସମ୍ପର୍କରେ ସୂଚନା ପ୍ରଦାନ କରି ଦାୟିତ୍ୱ ହସ୍ତାନ୍ତର କରିବା, ରାତି ଦାୟିତ୍ୱ ରେ ରହୁଥିବା ଅଧିକାରୀ ମାନେ ଅଧିକ ଯତ୍ନବାନ ହେବା,କୌଣସି ସମସ୍ୟା ହେଲେ ତୁରନ୍ତ କଣ୍ଟ୍ରୋଲ ରୁମ ବା ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ସମାଧାନ କରିବା ସମ୍ପର୍କରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।କେଉଁଠି କଣ ଅତ୍ୟାବଶ୍ୟକ ସୁବିଧା ଯଥା ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା,ସୂଚନା କେନ୍ଦ୍ର, ପୋଲିସ ସହାୟତା କେନ୍ଦ୍ର, ଶୌଚାଳୟ ଇତ୍ୟାଦି ସମ୍ପର୍କରେ ଧାରଣା ରଖନ୍ତୁ,ଯାହା ଫଳରେ ଶ୍ରଦ୍ଧାଳୁ ମାନଙ୍କୁ ଅବଗତ ତଥା ସାହାଯ୍ୟ କରି ପାରିବା ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ।ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ମହାନଗର ନିଗମର ବିବିଧ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରେ ରଥଯାତ୍ରା ପରିଚାଳନା ପାଇଁ ଆସିଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *