ରାୟାଗଡା ଜିଲ୍ଲା ସ୍ତରୀୟ ହାକାଥନ୍ ୨୦୨୩-୨୪ ଅନୁଷ୍ଠିତ
ରାୟାଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୦୬/୦୮/୨୪ ତାରିଖ ମଙ୍ଗଳବାର ଦିନ ଷ୍ଟାର୍ସ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ସ୍ତରୀୟ ହାକାଥନ୍ ୨୦୨୩-୨୪ ରାୟଗଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସକାଳ ୧୦.୩୦ ସମୟରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡାର ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ବିଦ୍ୟାର୍ଥିମାନଙ୍କୁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଉତ୍ସାହିତ ଏବଂ ଅଭିନନ୍ଦନ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ଥିବା ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମିଳିତ ଭାବରେ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଛାତ୍ର, ଶିକ୍ଷକ ଏବଂ ନିମନ୍ତ୍ରିତ ବ୍ୟକ୍ତି ଉପସ୍ଥିତ ରହିଥିଲେ । ହାକାଥନ୍ ୨୦୨୩-୨୪ (୧୭ଟି ପ୍ରୋଜେକ୍ଟ) ର ମନୋନୀତ ଛାତ୍ରମାନଙ୍କ ଅଂଶଗ୍ରହଣ ସହିତ ଏହି ପ୍ରକଳ୍ପର ମେଣ୍ଟର ଶିକ୍ଷକମାନେ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଜୁରି ସଦସ୍ୟଙ୍କ ଆଗରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଛାତ୍ରମାନଙ୍କୁ ୦୨ଟି ସେଟ୍ ଅବଷ୍ଟ୍ରାକ୍ଟ ଦାଖଲ କରିଥିଲେ । ମନୋନୀତ ପ୍ରତି ବିଦ୍ୟାର୍ଥି ଙ୍କ ଖାତାରେ ପ୍ରୋଜେକ୍ଟ ତିଆରି ପାଇଁ ପାଞ୍ଚ ହଜାର ଟଙ୍କା ଜମା କରାଯାଇଥିଲା ବୋଲି ମନୋନୀତ ଛାତ୍ର କହିଥିଲେ । ଜିଲ୍ଲା ସ୍ତରୀୟ ହାକାଥନରେ ବିଜେତା ରାଜ୍ୟ ସ୍ତରୀୟ ହ୍ୟାକଥନରେ ଅ°ଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜକଙ୍କ ଉପରେ ଆଲୋକପାତ କରିଥିଲେ। ମୁଖ୍ୟତଃ ସେନସର ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ,କଳକାରଖାନା ରୁ ବାହାରୁ ଥିବା ଭୁଷିତ ଜଳକୁ ସ୍ୱଚ୍ଛ କରି ପିଇବା,ପୁରାତନ ଖେଳକୁ ପୁନରାବୃତ୍ତି କରିବା,ସାଇବର କ୍ରାଇମରୁ ବଞ୍ଚିତ ସକାଶେ ସତର୍କତା,ଘରେ ଚୋରି ସମୟରେ ସେନ୍ସର ଦ୍ୱାରା ଚୋରକୁ ଧରିବା,ଟରବାଇନ ଯୋଗେ ବିଦ୍ୟୁତ ଉତ୍ତୋଳନ କରି ସ°ରକ୍ଷଣ କରିବା,ରାସ୍ତାରେ ଥିବା ହମ୍ପସ ଦେଇ ଯାତାୟତ ଯାନବାହନ ଦ୍ୱାରା ଉତ୍ତୋଳନ ବିଦ୍ୟୁତ ଜରିଆରେ ଷ୍ଟ୍ରିପ ଲାଇଟ୍ ଜଳାଇବା,ସେକ୍ସର ଦ୍ୱାରା କୈାଣସି ଅନୁପସ୍ଥିତିରେ ରୋଗିକୁ ଚଢଉଥିବା ସେଲାଇନ ସରିବା ସମୟରେ କଷ୍ଟ ନହେବା,ଏକ ଏପ ମାଧ୍ୟମରେ ପିଲାମାନଙ୍କ ଉପସ୍ଥାନ ଅନୁଯାୟୀ ଆବଶ୍ୟକୀୟ ଜିନିଷ ଯଗେଇବା,ଟ୍ରେନ ଆସିବା ସମୟରେ ଫ୍ଲାଇଓଭର ରେ ଯାତ୍ରୀଙ୍କ ବହୁଓଜନ ବିଶିଷ୍ଟ ଜିନିଷ ସୁବିଧାରେ ସେନସର ପ୍ରୟୋଗ ଦ୍ୱାରା ପରିବହନ କରିବା ଭଳି ଅତ୍ୟାଧୁନିକ ବିଦ୍ୟର୍ଥିଙ୍କ କୈଶଳ ଅତି ଆକୃଷ୍ଟକର ହୋଇଥିଲା ।
ଏହି ଉଦ୍ଭାବନ ବା ନବିନୀକରଣ (ଇନୋଭେସନ) ବୁଦ୍ଧିକୈଶଳ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ରାମନାଗୁଡା, କୋଲନରା, ବାନୁପଦର(ପଦ୍ମପୁର), ଗୁଡାରୀ ଏହି ଚାରିଟି ଓଡିଶା ଆଦର୍ଶ ବିଦ୍ୟାଳୟରୁ ୧୫ ଟି ଟିମ ତଥା ୩୦ ଜଣ ବିଦ୍ୟାର୍ଥିଙ୍କ ସମେତ ପ୍ରତି ଟିମ ପ୍ରଶୀକ୍ଷକ ଅଂଶଗ୍ରହଣ କରିଥିଲେ। ୧୫ ଟି ଟିମରୁ ସଫଳତା ହାସଲ କରି ବିଜେତା ନବପ୍ରବର୍ତକଙ୍କ ସକାଶେ ପ୍ରଥମ, ଦ୍ୱତୀୟ,ତୃତୀୟ ପୁରସ୍କାର ରଖାଯାଇଥିଲା ।
ଆଜି ଜିଲ୍ଲାସ୍ତରୀୟ କାର୍ୟକ୍ରମରେ ବିଜେତା ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରି ୧୫୦୦୦/- ଟଙ୍କା ପୁରସ୍କାର ପାଇଛନ୍ତି ଓ.ଏ.ଭି, ରାମନାଗୁଡା ଛାତ୍ରୀ ସୁଶ୍ରୀ ପାୟଲ ପ୍ରଧାନ, ଦ୍ୱିତୀୟ ସ୍ଥାନ ହାସଲ କରି ୧୦,୦୦୦/- ଟଙ୍କା ପୁରସ୍କାର ପାଇଛନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ର ସୁଶ୍ରୀ ଧରିତ୍ରୀ କୁମାର, ତୃତୀୟ ସ୍ଥାନ ହାସଲ କରି ୫,୦୦୦/- ଟଙ୍କା ପୁରସ୍କାର ପାଇଛନ୍ତି ସୁଶ୍ରୀ ପ୍ରାର୍ଥନା ପରିଜା । ଉକ୍ତ ତିନିଜଣ ବିଜେତା ପ୍ରତିଯୋଗୀଙ୍କ ନାମ ଚଳିତ ମାସ ୨୨ ଓ ୨୩ ଅଗଷ୍ଟରେ ଭୁବନେଶ୍ୱରର ଓୟୁଟିଆର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ହାକାଥନ୍ ୨୦୨୪ ଇଭେଣ୍ଟ ପାଇଁ ଚୟନ କରାଯାଇଥିଲା ।
ରିପୋର୍ଟ:ରାୟଗଡ଼ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l