December 10, 2024
Home » ରୌପ୍ୟ ଜୟନ୍ତୀ ସମାରୋହ ପଏଁରୀ ତିହାର ୨୦୨୫,ବଘିଆ ଗାଁରେ ପହଞ୍ଚିଲା ମା ସୁରେଶ୍ଵରୀ ଙ୍କ ଆଜ୍ଞାମାଳ

ରୌପ୍ୟ ଜୟନ୍ତୀ ସମାରୋହ ପଏଁରୀ ତିହାର ୨୦୨୫,ବଘିଆ ଗାଁରେ ପହଞ୍ଚିଲା ମା ସୁରେଶ୍ଵରୀ ଙ୍କ ଆଜ୍ଞାମାଳ

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର 2025 ର ରୌପ୍ୟ ଜୟନ୍ତୀ ସମାରୋହ ହେବ ଆସନ୍ତା ଜାନୁୟାରୀ ମାସ ୧ରୁ ୩ ତାରିଖ ପର୍ଯ୍ୟନ୍ତ । ଏହି ଅବସରରେ ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଏଁରୀ ଅନୁଷ୍ଠାନ ଏକ ନିଆରା ପଦକ୍ଷେପ ନେଇ ଏହି ବର୍ଷ ପ୍ରଥମ କରି ତରଭା ବ୍ଲକରେ ଶୁଭ ଉଦଘାଟନ ହେଇଥିଲା ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ରୌପ୍ୟ ଜୟନ୍ତୀ ସମାରୋହ। ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାରଙ୍କ ତତ୍ୱାବଧାନରେ ପ୍ରଥମେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମା ସୁରେଶ୍ୱରୀଙ୍କ ଆଜ୍ଞାମାଳ ନେଇ ତରଭା ବ୍ଲକର ବଘିଆ ଗ୍ରାମରେ ପହଂଚିଥିଲେ । ମା ଙ୍କ ଆଜ୍ଞାମାଳ କୁ ଗାଁ କଳାକାର ଙ୍କୁ ସ୍ଵାଗତ ବେଳେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠି ଥିଲା ବଘିଆ ଗ୍ରାମ l ତରଭା ବ୍ଲକର ବ୍ଲକ ଉପ-ସଭାପତି ମାନଭଂଜନ ମିଶ୍ରଙ୍କ ସହଯୋଗ ଓ ସଂଯୋଜନାରେ ଏକ ସଭା ର ଆୟୋଜନ କରା ଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବଘିଆ ଗ୍ରାମ ପଂଚାୟତ ସରପଂଚ ଶ୍ରୀ ଅଶ୍ୱିନୀ ବିଶି, ସମ୍ମାନିତ ଅତିଥି ଜୟପ୍ରକାଶ ନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ, ସମିତି ସଭ୍ୟ, ଗଣେଶ୍ୱର ନାଏକ , ସମାଜ ର ବରିଷ୍ଠ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ, ମହକ ଓ ସମୟର ସାମ୍ବାଦିକ ଶ୍ରୀ କଲ୍ୟାଣ ନାଏକ, ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ମନଭଂଜନ ମିଶ୍ରଙ୍କୁ “ପଏଁରୀ “କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହୋଇ ଲୁଚି ଯାଇଥିବା କଳାକୁ ପରିବେଷଣ କରିଥିଲେ । କଳାକାର ମାନେ ଦଣ୍ଡ , ସଂଚାର, କରମସାନି, ହଲିଆ ଗୀତ, ନଚନିଆଁ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ସଂପାଦକ ଶ୍ରୀ ଚୌଧୁରୀ ବିଭାର ପଏଁରୀ ତିହାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ l ପରେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *