October 1, 2026
Home » ଶ୍ରୀମନ୍ଦିରରେ ମହାପ୍ରସାଦ ପାଇବା ନେଇ ସହଜ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା

ଶ୍ରୀମନ୍ଦିରରେ ମହାପ୍ରସାଦ ପାଇବା ନେଇ ସହଜ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା

0
WhatsApp Image 2026-09-27 at 10.56.07 AM

ଶ୍ରୀମନ୍ଦିରରେ ମହାପ୍ରସାଦ ପାଇବା ନେଇ ସହଜ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଛି। ଶ୍ରୀମନ୍ଦିର ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ବାହାରେ ଟୋକନ କାଉଣ୍ଟର ଖୋଲିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଛି। ଅସନ୍ତା କାର୍ତ୍ତୀକ ମାସ ସୁଦ୍ଧା ଶ୍ରୀମନ୍ଦିର ର ଉତ୍ତର କିମ୍ବା ଦକ୍ଷିଣ ଦ୍ଵାର ବାହାରେ ଖୋଲିବ ମହାପ୍ରସାଦ ନେବା ପାଇଁ ଟୋକନ କାଉଣ୍ଟର। ଆବଶ୍ୟକତା ଅନୁସାରେ ଯିଏ ଯେତିକି ମହାପ୍ରସାଦ ନେବେ ସେତିକି ନିର୍ଦ୍ଧାରିତ ଟଙ୍କା ଦେଇ ଟୋକନ ନେଲା ପରେ କାଉଣ୍ଟର ନିକଟରୁ ଅବଢ଼ା ମହାପ୍ରସାଦ ପାଇବେ। ଯେଉଁ ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ନଯାଇ କେବଳ ମହାପ୍ରସାଦ ନେବା ପାଇଁ ଚାହିଁବେ ସେହି ଭକ୍ତ ମାନେ ଏହି ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇପାରିବେ। ଆଉ ମହାପ୍ରସାଦ ନେବା ପାଇଁ ଲାଇନ ରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ।ମହାପ୍ରସାଦ ନେବା ପାଇଁ ଟୋକନ କାଉଣ୍ଟର ବ୍ୟବସ୍ଥା ହେଲେ ଭକ୍ତ ଙ୍କୁ ଆଉ ଦଲାଲ ମାନେ ଶୋଷଣ କରିପାରିବେ ନାହିଁ। ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ରେ ଲୋକସଭା ଭବନ ରେ ଗତ ଶୁକ୍ରବାର ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଙ୍କ ସହ ଶ୍ରୀମନ୍ଦିରର ସୁଆର୍ ମହାସୁଆର ନିଯୋଗ ଶୃଙ୍ଖଳିତ ଆନନ୍ଦ ବଜାର ସମେତ ମହାପ୍ରସାଦ ବିକ୍ରି ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ହେଉ ଅବା ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ଟୋକନ କାଉଣ୍ଟର ବ୍ୟବସ୍ଥା ନେଇ ଆଲୋଚାନା ହୋଇଛି। ସରକାର ଙ୍କ ନିକଟରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ୯ ଟି ଦାବି ଉପସ୍ଥାପନ କରଯାଇଥିଲା। ପ୍ରଥମ ଦାବି ଥିଲା ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନେଇ ଅବଶ୍ୟକ ଜାଳେଣି କାଠ ସଙ୍କଟ ର ସମାଧାନ। ଶ୍ରଦ୍ଧାଳୁ ଙ୍କ ଚାହିଦା କୁ ଦେଖି ଏବେ ଶ୍ରୀମନ୍ଦିର କୁ ଦୈନିକ ୧୦୦ ରୁ ୧୨୦ କ୍ୱିଣ୍ଟାଲ କାଠ ଆବଶ୍ୟକ ପଡୁଛି। କାର୍ତ୍ତୀକ ମାସ ଓ ବିଭିନ୍ନ ପର୍ବପର୍ବାଣୀ ଦିନରେ ୧୮୦ ରୁ ୨୦୦ କ୍ୱିଣ୍ଟାଲ କାଠ ଆବଶ୍ୟକ ପଡୁଛି ମହାପ୍ରସାଦ ପ୍ରସ୍ତୁତି ପାଇଁ। ଯଦି ପ୍ରଶାସନ ଆବଶ୍ୟକତା ଅନୁସାରେ କାଠ ନଯୋଗାଇ ପାରିବ ଅନ୍ୟ ସ୍ଥାନରୁ ଅଧିକ ଦର ଦେଇ କାଠ ଆଣିବାକୁ ପଡ଼ିଲେ ମହାପ୍ରସାଦ ଦର ବୃଦ୍ଧି କରିବାକୁ ପଡିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। କାଠ ସଙ୍କଟ ଜାରି ରହିଲେ ଆଗାମି ଦିନରେ ମହାପ୍ରସାଦ ପ୍ରସ୍ତୁତି ମଧ୍ୟ ବନ୍ଦ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଏଣୁ ଯଥାଶୀଘ୍ର ସରକାର ମହାପ୍ରସାଦ ପ୍ରସ୍ତୁତି ପାଇଁ ଅବଶ୍ୟକ ଜାଳେଣି କାଠ ଯୋଗାଇ ଦେବାକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଇନମନ୍ତ୍ରୀ ଙ୍କ ନିକଟରେ ଦାବି କରାଯାଇଛି। ସେହିପରି ଆନନ୍ଦ ବଜାର ରେ ମହାପ୍ରସାଦ ଦର୍ ତାଲିକା ଲାଗିବା ଉପରେ ଆଲୋଚୋନା ହୋଇଛି। ଭକ୍ତ ଙ୍କୁ ଏକ ନିର୍ଦ୍ଦିଷ୍ଟ ଦର୍ ରେ ମହାପ୍ରସାଦ ଯୋଗାଇ ଦେବାକୁ ସରକାର ମହାପ୍ରସାଦ ପ୍ରସ୍ତୁତି ସାମଗ୍ରୀ ଉପରେ ସବସିିଡ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଇନମନ୍ତ୍ରୀ ଙ୍କୁ ଅବଗତ କରାଯାଇଛି। ମାଗଣା ରେ ଅଳ୍ପ ପରିମାଣରେ କିଛି ମହାପ୍ରସାଦ ଭକ୍ତ ଙ୍କୁ ମାଗଣାରେ ବଣ୍ଟନ ପାଈଁ ରାଜ୍ଯ ସରକାର ଙ୍କ ଯୋଜନା ରହିଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମାଗଣା ରେ ଭକ୍ତ ଙ୍କୁ ମହାପ୍ରସାଦ ସେବନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ କରିବାକୁ ସରକାରଙ୍କ ଯୋଜନା ରହିଛି।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି , ଆମେ ୯ ଟି ପ୍ରସ୍ତାବ ଉପରେ ଆଇନମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲୁ।ମହାପ୍ରସାଦ ପ୍ରସ୍ତୁତି ନେଇ ଜାଳେଣି କାଠ ର ସଙ୍କଟ ସମାଧାନ ନେଇ ଆମେ ଆଇନମନ୍ତ୍ରୀ ଙ୍କ ସହ ଆଲୋଚନା କରିଛୁ। ଆଗକୁ କାର୍ତ୍ତୀକ ମାସ ଆସୁଛି। ଏବେ ଠାରୁ ଜାଳେଣି କାଠ ସଂକଟ ସମାଧାନ ନକଲେ ଆଗାମୀ ଦିନରେ କାଠ ସଂକଟ କୁ ନେଇ ଶ୍ରଦ୍ଧାଳୁ ଙ୍କ ଚାହିଦା ଅନୁସାରେ ମହାପ୍ରସାଦ ପ୍ରସ୍ତୁତି ହୋଇପାରିବ ନାହିଁ। ବାହାରୁ ଅଧିକ ଦର ରେ କାଠ କିଣାହେଲେ ମହାପ୍ରସାଦ ଦର ବୃଦ୍ଧି ହେବ। ଯାହାକି ଭକ୍ତ ଙ୍କୁ ବହୁତ ବାଧିବ। ଅନେକ ଭକ୍ତ ଶ୍ରୀମନ୍ଦର କୁ ନଯାଇ କେବଳ ମହାପ୍ରସାଦ ନେବା ପାଇଁ ଆସିଥାନ୍ତି। ଏଣୁ ଭକ୍ତ ଙ୍କୁ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ବାହାରେ ଟୋକନ କାଉଣ୍ଟର ବ୍ୟବସ୍ଥା କରିବା ନେଇ ଆଇନମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଛି। ଆସନ୍ତା କାର୍ତ୍ତୀକ ମାସ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ଆନନ୍ଦ ବଜାର ରେ ମହାପ୍ରସାଦ ରେଟ୍ ଚାର୍ଟ ଲାଗିବା ନେଇ ଆଲୋଚୋନା ହୋଇଛି। ତେବେ ମହାପ୍ରସାଦ ପ୍ରସ୍ତୁତି ପାଇଁ ସାମଗ୍ରୀ ର ଦର୍ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦରରେ ଭକ୍ତ ଙ୍କୁ ମହାପ୍ରସାଦ ଯୋଗାଇ ଦେବାକୁ ସରକାର ମହାପ୍ରସାଦ ପ୍ରସ୍ତୁତି ସାମଗ୍ରୀ ଉପରେ ସବସିଡ ଦେବାକୁ ଆମେ ଆଇନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଭକ୍ତ ଙ୍କ ସୁବିଧା ପାଇଁ ରାଜ୍ଯ ସରକାର ସବୁ ପ୍ରକାର ର ପଦକ୍ଷେପ ନେବେ ବୋଲି ଆମର ଆଶା ରହିଛି।

ଶ୍ରୀମନ୍ଦିର କୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଆଲୋକ୍ କୁମାର୍ ମହାନ୍ତି କହିଛନ୍ତି, ଆନନ୍ଦ ବଜାର ଶୃଙ୍ଖଳା ପାଈଁ ମହାପ୍ରସାଦ ଦର ତାଲିକା ଲାଗିବା ଉଚିତ୍। ଏହା ଦ୍ୱରା ଭକ୍ତ ମାନେ କେଉଁ ପ୍ରସାଦ ର ଦର କେତେ ଟଙ୍କା ରହିଛି ସେ ନେଇ ଅବଗତ ହୋଇପାରିବେ। ଫଳରେ ମହାପ୍ରସାଦ କିଣିବା ବେଳେ ଆଉ ଠକାମିର ଶୀକାର ହେବେ ନାହିଁ।ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନେବା ପାଇଁ ଟୋକନ କାଉଣ୍ଟର ରହିବା ଉଚିତ୍। ଅନେକ ଭକ୍ତ କେବଳ ମହାପ୍ରସାଦ ନେବା ପାଇଁ ଆସିଥାନ୍ତି। ହେଲେ ଲାଇନ ରେ ରହି ମହାପ୍ରସାଦ ପାଈଁ ଶ୍ରୀମନ୍ଦିର ଭିତରକୁ ୧ ରୁ ୨ ଘଣ୍ଟା ଲାଗୁଛି। ଏଣୁ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନେବା ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ରହିଲେ ବହୁତ ଭଲ ହେବ। ଏହା ଦ୍ୱାରା ମହାପ୍ରସାଦ ନେବା ପାଇଁ ଆସୁଥିବା ଭକ୍ତ ମାନେ ଉଚିତ୍ ମୂଲ୍ୟ ଦେଇ କମ୍ ସମୟ ରେ ମହାପ୍ରସାଦ ନେଇ ଯାଇପାରିବେ। ଏହା ଦ୍ୱାରା ଆନନ୍ଦ ବଜାର ରେ ଗହଳି ରହିବ ନାହିଁ ।

Leave a Reply

Your email address will not be published. Required fields are marked *