May 13, 2025
Home » ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0
puri kamit bai

 

ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସଓପି କୁ ଅନୁମୋଦନ କଲା ଶ୍ରୀମନ୍ଦିର ପରିଚାଳ କମିଟି।ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ।ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣାବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ 2024 ର ସ୍ୱତନ୍ତ୍ର ଚିଠା ପ୍ରସ୍ତାବ  ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।ଏଣିକି ଶ୍ରୀମନ୍ଦିରରେ କର୍ମଚାରୀ ନିୟୋଜନ କାର୍ଯ୍ୟ ଅଧିକୃତ ସରକାରୀ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଅର୍ପଣ ଚାଉଳ ବିନିଯୋଗ ଓ ଖଣି ଖାଦାନର ସୁରକ୍ଷା ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ର ଅତ୍ୟାଧୁନିକ ବୈଜ୍ଞାନିକ ଉପାୟରେ ଯାଞ୍ଚ ନେଇ ନୂଆ ଏସଓପି କୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି।ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସଆଇ ଅତ୍ୟାଧିନିକ ବ୍ୟବସ୍ଥା ବ୍ୟବହାର କରି ଭଣ୍ଡାର ଗୃହର ଯାଞ୍ଚ କରିବ।ଏଥିପାଇଁ ବୈଷୟିକ ଓ ବିଶେଷଜ୍ଞ ମାନଙ୍କ ସହାୟତା ନିଆଯାଇ ରତ୍ନଭଣ୍ଡାର ର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ।ସେହିପରି ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀର ଗୁଡିକୁ ନିଳାଦ୍ରୀ ମ୍ୟୁଜିଅମ କୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି।ସେହିପରି ଶ୍ରୀମନ୍ଦିର ଅଧୀନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ 2024ର ଚିଠା ପ୍ରସ୍ତାବ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି ।ଜମି ବିକ୍ରୟ କାର୍ଯ୍ୟର ସୁ ପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ୟକାରୀ କରାଯିବ।ସେହିପରି ଭକ୍ତଂକ ବ୍ୟବହାର ପାଇଁ ଉଦ୍ଧିଷ୍ଟ 35ଟି ଏଲେକ୍ଟ୍ରିକ ବସ ର ପରିଚାଳନା ନେଇ ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

 

ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ କରିବ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା l ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତି ନିଆଯାଇଛି।ସେହିପରି ଗଛିତ ରହିଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟପ୍ରସାକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ।ଖଣି ଖାଦାନ ଉତ୍ତୋଳନ ଓ ନିଲାମ ନିୟମ ପରିବର୍ତନ ହୋଇଥିବାରୁ ଏହାର ନିଲାମ  ଓ ସୁରକ୍ଷା ପାଇଁ ସରକାରୀ ଅଧିକାରୀ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି।ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି l

Leave a Reply

Your email address will not be published. Required fields are marked *