May 13, 2025
Home » ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ପରିଚାଳନା କମିଟି ପ୍ରସ୍ତୁତି ବୈଠକ

ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ପରିଚାଳନା କମିଟି ପ୍ରସ୍ତୁତି ବୈଠକ

0
WhatsApp Image 2024-09-05 at 12.59.18 PM

ବ୍ରହ୍ମପୁର, : ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ପୀଠରେ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ପରିଚାଳନା କମିଟି ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟି ସଦସ୍ୟ ଗୋୖରୀ ଶଙ୍କର ସାମନ୍ତରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାତ୍ରା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହିଳାଙ୍କ ସୁରକ୍ଷା ଆଦି ଉପରେ ଆଲୋଚନା ହେଇଥିଲା । ଏଥର ପଞ୍ଚମା ସ୍ଥିତ ଶ୍ରୀ ଗଣେଶ ପୀଠରେ ଗଣେଶ ଚତୁର୍ଥୀ ଦିନ ଭକ୍ତଙ୍କୁ ମାଗଣା ଦର୍ଶନ ସହ ଖେଚୁଡ଼ି, ଲଡୁ ଆଦି ଭୋଗର ମାଗଣା ବ୍ୟବସ୍ଥା କରାଯାଇଛି ।

 

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ସାତ ଖଣ୍ଡ ଗାଁର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସମସ୍ତ ପ୍ରକାରର ସୁବିଧା ଅସୁବିଧା ବିଷୟରେ ତଦାରଖ କରିବେ । ଏହା ସହ ଏଥର ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହା ସହ ରଣ୍ଢା ଛକ ଠାରୁ ପଞ୍ଚମା ମନ୍ଦିର ଭିତରେ ଚାରୋଟି ସ୍ଥାନରେ ବିଶ୍ରାମ ସ୍ଥଳୀରେ ପାନୀୟ ଜଳ ସହ ପ୍ରୋଜେକ୍ଟର୍ ଦ୍ୱାରା ମନ୍ଦିରରୁ ଭକ୍ତ ମାନଙ୍କ ପାଇଁ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁବିଧା ନିମନ୍ତେ ଏଥର ମନ୍ଦିର ପଛପଟେ ୧୦୦ ମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସୁନାଦେଇ, ସିହଳା, ଜୁଗୁଡ଼ି ରାସ୍ତା ଦେଇ ଭକ୍ତ ମାନେ ଏହି ପାର୍କିଂ ସ୍ଥାନକୁ ଆସିପାରିବେ । ଶ୍ରୀ ଗଣେଶ ଚତୁର୍ଥୀ ଦିନ ମନ୍ଦିର ଭୋର ୨ଟା ୪୫ରେ ଖୋଲାଯାଇ ଭୋର ୩ଟା ୧୫ ରେ ଆଳତୀ ପରେ ଭୋର ୪ଟା ୩୦ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ଏବଂ ରାତ୍ର ୧୦ ଘଣ୍ଟା ସମୟରେ ମନ୍ଦିର ବନ୍ଦ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଗୋୖରୀ ଶଙ୍କର ସାମନ୍ତରାଙ୍କ ସମେତ ସୁଧିର ଖାଡ଼ଙ୍ଗା,କୈଳାସ ମହାନ୍ତି,ଭକ୍ତ ନାହାକ,ଗଙ୍ଗାଧର ଶତପଥି,ରାଜେଶ କୁମାର ସାହୁ,ଟୁନା ଜେନା,ସମାଜସେବୀ ସୁନୀଲ ପାତ୍ର,ବାଲ୍ୟରାମ ଦଳେଇ,ସୁଧିର ମଣ୍ଡଳ,ରଜତ ପଣ୍ଡିତ,ସୁନିଲ କୁମାର ସାହୁ,ଦିବାକର ନାହାକ,ଏନ୍.ଭାଗିରଥି ରେଡ୍ଡୀ,ମିଟୁ ସାହୁ,ଲକ୍ଷ୍ମୀ ଚୌଧୁରୀ,ସନ୍ତୋଷ ସାହୁ,ଶିବରାମ ପାତ୍ର,କ୍ରିଷ୍ଣା ରେଡ୍ଡୀ,ଶରତ ଚନ୍ଦ୍ର କର,କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରମୁଖଙ୍କ ସମେତ ସାତ ଆଠ ଖଣ୍ଡ ଗ୍ରାମର ଶତାଧିକ ଯୁବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *