May 7, 2026
Home » ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

0
WhatsApp Image 2026-05-06 at 5.56.44 PM

 

ସୁବର୍ଣ୍ଣପୁର— ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଉପସ୍ଥିତ ଥିଲେ । ଏହାସହ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଝସକେତନ ବଘାର, ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଭାରପ୍ରାପ୍ତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କାଳିଆ ମଲ୍ଲିକଙ୍କ ସହ ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ଚାଲିଥିବା ବାଲିଚୋରି ରୋକିବା ପାଇଁ ପଦକ୍ଷେପ ଉପରେ ଚର୍ଚ୍ଚା ହୋଇଥିଲା। ଜଙ୍ଗଳ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ କୁହାଯାଇଥିଲା। ଟାଟା ପାୱାରକୁ ସୋଲାର ପାୱାର ବ୍ୟବହାର ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦେବାକୁ ନିର୍ଦେଶ ଦିଆଯାଇଥିଲା। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟମାନଙ୍କରେ ଶ୍ରେଣୀଗୃହ ସଂଖ୍ୟା କମ ଥିବା ଓ ଶିକ୍ଷକ ଅଭାବ ସମସ୍ୟା ସମାଧାନ କରିବାକୁ କୁହାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରସୂତି ଚିକିତ୍ସା ଓ ଶିଶୁ ଜନ୍ମ ସମ୍ପର୍କିତ ସରକାରୀ ଓ ବେସରକାରୀ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ମିଳିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ରାମ୍ପ କାମ ତ୍ୱରାନ୍ୱିତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା କଡା କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ଜିଲ୍ଲାର ସମସ୍ତ ପୋଖରୀ ଓ ନାଳାମାନଙ୍କୁ ବର୍ଷା ପୂର୍ବରୁ ସଫା କରିବାକୁ କୁହାଯାଇଥିଲା।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *