ସୁବର୍ଣ୍ଣପୁର ରେ ଭାରତ ବନ୍ଦ ର ପ୍ରଭାବ

0 29

କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଅନ୍ୟ 7 ଦଫା ଦାବୀ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ରହିଛି I ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ କରାଯାଉଥିବା ବେଳେ ସହରର ସମସ୍ତ ଦୋକାନ , ବଜାର , ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ସକାଳ 6 ଘଣ୍ଟା ରୁ ଅପରାହ୍ନ 4 ଘଣ୍ଟା ବନ୍ଦ ରହିବ I ସକାଳୁ ସକାଳୁ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା, କଂଗ୍ରେସ କର୍ମୀ ଓ ଟ୍ରେଡ଼ ୟୁନିଅନ ସଂଗଠନ ର ମାନେ ମୁଖ୍ୟ ରାସ୍ତା ଗୁଡିକ ଅବରୋଧ କରି ଗାଡିମଟର ଚଳାଚଳକୁ ସଂମ୍ପୁର୍ଣ୍ଣଭାବେ ବନ୍ଦ କରିଛନ୍ତି I ଫଳରେ ଶହ ଶହ ଗାଡିମଟର ରାସ୍ତାରେ ଅଟକି ରହିଛି I ଜିଲ୍ଲାର ଛଅଟୋଟି ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି I ଦୀର୍ଘ ଦିନ ହେଲା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି ଆଇନ କୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ କଂଗ୍ରେସ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସମର୍ଥନ କରାଯାଉଛି I ହେଲେ ଏତେ ସବୁ ଆନ୍ଦୋଳନ ପରେ ମଧ୍ୟ ସରକାର ଏହି କୃଷକ ବିରୋଧୀ କଳା ଆଇନକୁ ରଦ୍ଦ କରୁନାହାନ୍ତୀ I ଯେତେ ଦିନ ପର୍ଯ୍ୟନ୍ତ ଏହି ଆଇନ ପ୍ରତ୍ୟାହାର ନ ହେବ ଆନ୍ଦୋଳନ ଜାରୀ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ଶାନ୍ତିପୂର୍ଣ୍ଣ ଥିବା ବେଳେ କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ସାରା ଜିଲ୍ଲାରେ ବ୍ୟପକ ପୋଲିସ ବ୍ୟବସ୍ଥା କରାଯାଇଛି I

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.