ସ୍ୱଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ପାରାଦୀପ କଷ୍ଟମ ବିଭାଗ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ
ପାରାଦୀପ – ଦେଶବ୍ୟାପୀ “ସ୍ୱଛତା ହିଁ ସେବା ୨0୨୪” ଅଭିଯାନର ଏକ ଅଂଶ ଭାବେ ପାରାଦୀପ କଷ୍ଟମ ବିଭାଗ ପକ୍ଷରୁ ଏକ ବେଳାଭୂମି ସ୍ୱଛତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କଷ୍ଟମ ବିଭାଗର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ସହ ଏକ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ ସମୁଦ୍ର ବେଳାଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଅବସରରେ ହିତାଧିକାରୀଙ୍କ ଉଦ୍ୟମକୁ ପ୍ରଶଂସା କରି ପାରାଦୀପ କଷ୍ଟମ୍ସ ଡିଭିଜନର ସହକାରୀ କମିଶନର ଅଶୋକ କୁମାର କର କହିଥିଲେ ଯେ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପାଇଁ ଆମ ବିଭାଗର ପ୍ରତିବଦ୍ଧତା ରହିଛି l ଏକ ପରିଷ୍କାର ଏବଂ ଆବର୍ଜନା ମୁକ୍ତ ସମୁଦ୍ର ବେଳାଭୂମି ସୃଷ୍ଟି କରି, ଆମେ କେବଳ ସାଧାରଣ ଜନ ଜୀବନର ଉନ୍ନତି କରୁନାହୁଁ ବରଂ ଆମ ସମ୍ପ୍ରଦାୟର ସାମଗ୍ରିକ ସୁସ୍ଥତା ପାଇଁ ମଧ୍ୟ ଚେଷ୍ଟା କରିଛୁ l ଅନ୍ୟମାନଙ୍କ ମଧ୍ୟରେ ସୁବାଶିଷ ସାମଲ, ସଞ୍ଜୟ କୁମାର ରଣା, ଜୟନ୍ତ କୁମାର, ଅଶୋକ କୁମାର ଙ୍କ ସମେତ ପାରାଦୀପ କଷ୍ଟମ୍ସ ଡିଭିଜନର ଅଗ୍ରଣୀ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ହିତାଧିକାରୀ ଙ୍କୁ ସ୍ଵଛତାର ଶପଥ ପାଠ କରାଯାଇଥିଲା l