December 2, 2024
Home » ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ଅନୁଷ୍ଠିତ

୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ଅନୁଷ୍ଠିତ

0

ରାୟଗଡ଼ ଜିଲ୍ଲାରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୪ ସ୍ଥାନୀୟ ବିଜୁ ପଟନାୟକ ଅଡିଟରିୟମ ଠାରେ ୧୯/୧୧/୨୪ ତାରିଖ ମଙ୍ଗଳବାର ଦିନ ରାୟଗଡ଼ା ସମବାୟ ସମିତି ପକ୍ଷରୁ ଉତ୍ସାହ ସହକାରେ ପାଳନ କରାଯାଇଛି । ଉକ୍ତ କାର୍ଯକ୍ରମରେ ସର୍ବଶ୍ରୀ ହେମନ୍ତ କୁମାର ନାୟକ, ସଭାପତି କୋରାପୁଟ ଜିଲ୍ଲା ସମବାୟ ସଂଘ, କୋରାପୁଟ ସଭାପତିତ୍ଵ କରିଥିବା ବେଳେ ଏହି କାର୍ଯକ୍ରମରେ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ , କୋରାପୁଟ ସାଂସଦ ପର୍ଥି (ବିଜେପି)କାଳୀରାମ ମାଝୀ , ରାୟଗଡ଼ା ବିଧାୟକ ପର୍ଥି (ବିଜେପି)ବସନ୍ତ କୁମାର ଉଲ୍ଲକା , ବନଗଡି ତିରୁପତି (ବିଜେଡି ),ଜଗନ୍ନାଥ ନୂଣ୍ଡରୁକା (ବିଜେପି) ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ଶ୍ରଫ୍ଫ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସାଇ ମାଧବ ସମ୍ମାନିତ ବକ୍ତା ଭାବର ଯୋଗ ଦେଇଥିଲେ ।

“ ସମବାୟ ସମସ୍ତଙ୍କ ଉତ୍ତମ ଭବିଷ୍ୟତ ଗଠନ କରେ “ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ସମସ୍ତ ଅତିଥି ଓ ବକ୍ତା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରେଷ୍ଠ ଲ୍ୟାମ୍ପସ ଭାବରେ ରମାନଗୁଡା ଲ୍ୟାମ୍ପସ , ଶ୍ରେଷ୍ଠ ମତ୍ସ୍ୟ ସମବାୟ ସମିତି ଭାବରେ ମା ମଙ୍ଗଳା ମତ୍ସ୍ୟ ସମବାୟ ସମିତି, କେଂଦୁଗୁଡା , ଶ୍ରେଷ୍ଠ ଆରେମେସ ଭାବରେ ରାୟଗଡା ଆରସିଏମଏସ ଓ ନାଗାବଳୀ କୃଷି ସମବାୟ ସମିତି , ଜେକେପୁରଙ୍କୁ ଶ୍ରେଷ୍ଠ ଆଗ୍ରୋ ଫୋରେଷ୍ଟ ସମବାୟ ସମିତି ଭାବରେ ପୁରସ୍କୃତ କରାଯାଇଥିଲା ।
ଶ୍ରୀ ସୀତାପତି କରୁଣାକର ମାଝୀ ଉପ ନିବନ୍ଧକ ସମବାୟ ସମିତି ସମୂହ ରାୟଗଡାଙ୍କ ଆବାହକ ହୋଇଥିବାବେଳେ ଶ୍ରୀ ଭବାନୀ ଶଙ୍କର ଦାସ ଓ ଶିବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସମବାୟ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *