October 3, 2026
Home » କେନ୍ଦୁଝର ଜିଲ୍ଲା ମତ୍ସ୍ୟବିଭାଗ ଅବସରପ୍ରାପ୍ତ ଅଧିକାରୀଙ୍କ ଜିଲ୍ଲାସ୍ତରୀୟ ସମାବେଶ

କେନ୍ଦୁଝର ଜିଲ୍ଲା ମତ୍ସ୍ୟବିଭାଗ ଅବସରପ୍ରାପ୍ତ ଅଧିକାରୀଙ୍କ ଜିଲ୍ଲାସ୍ତରୀୟ ସମାବେଶ

0
WhatsApp Image 2026-10-02 at 9.40.08 PM

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମତ୍ସ୍ୟବିଭାଗରୁ କାର୍ଯ୍ୟନିବୃତ୍ତ ତଥା ଅବସରପ୍ରାପ୍ତ ଅଧିକାରୀମାନଙ୍କ ଜିଲ୍ଲାସ୍ତରୀୟ ବନ୍ଧୁମିଳନ ଓ ସମାବେଶ ଦିଗଦନ ମତ୍ସ୍ୟଫାର୍ମ ର ସଭାଗୃହଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ଜିଲ୍ଲାରୁ ମତ୍ସ୍ୟ ବିଭାଗରୁ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ, କେନ୍ଦୁଝର ଜୋନ ପ୍ରମୋଦ କୁମାର ରାଉତ ଏବଂ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଯୋଗଦାନ କରିଥିଲେ । ଅବସରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ସରୋଜ କୁମାର ସାହୁ ମଂଚ ପରିଚାଳନା କରିଥିଲେ । କର୍ମଚାରୀମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାର ଏହି ସୁଯୋଗକୁ ପୂର୍ଣ୍ଣମାତ୍ରାରେ ଉପଭୋଗ କରିଥିଲେ । କେନ୍ଦୁଝରର ଆରାଧ୍ୟ ଦେବୀ ମା’ ତାରିଣୀ ଓ ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପୂଜାର୍ଚ୍ଚନା କରିବା ପରେ ବୈଠକ ଆରମ୍ଭ ହୋଇଥିଲା । ପରେ ପରେ ବିଭାଗର ଦିବଂଗତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଉପ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ ତାଙ୍କ ବକ୍ତବ୍ୟରେ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମତ୍ସ୍ୟ ବିଭାଗକୁ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଜିଲ୍ଲାରେ ଏ ପ୍ରକାର ବୈଠକ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ପୂର୍ଣ୍ଣଚନ୍ଦ୍ର ଦାସ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ପରିବାରର ମଙ୍ଗଳ କାମନା କରିଥିଲେ । ରାଜେନ୍ଦ୍ର ପାତ୍ର ବରିଷ୍ଠ ନାଗରିକଙ୍କ ଉନ୍ନତ ସ୍ୱାସ୍ଥ୍ୟ ପରିଚାଳନା ଉପରେ ମତାମତ ରଖିଥିଲେ । ଅବସରପ୍ରାପ୍ତ ଅଧିକାରୀ ଅରବିନ୍ଦ ଦାସ,ପ୍ରମଥ କୁମାର ମହାପାତ୍ର,ଜନାର୍ଦ୍ଦନ ରାମ,ଜ୍ଞାନେନ୍ଦ୍ର କୁମାର ରଥ ଏହିପରି ବୈଠକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଦାସ,ସରୋଜ କୁମାର ସାହୁ,ଅରବିନ୍ଦ ଦାସ,ଜନାର୍ଦ୍ଦନ ଦାସ,ପ୍ରମଥ କୁମାର ମହାପାତ୍ର,ଭରତ ନାୟକ,ବାୟା ସିଂହ,ବିରେନ୍ଦ୍ର ନାଥ ସାହୁ,ବ୍ରହ୍ମାନନ୍ଦ ପଧାନ,ଅଶୋକ ଜେନା ମାନଙ୍କୁ ସେମାନଙ୍କ ଅବଦାନ ପାଇଁ ଉତ୍ତରୀୟ ସହିତ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅରବିନ୍ଦ ଦାସ ସର୍ବଶେଷରେ ସମସ୍ତଙ୍କୁ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *