କଣ୍ଟାମାଳ ରେଞ୍ଜ ଝାରଫେସପେରେଡ଼ି ନିକଟରେ ପଡିଛି ଜଙ୍ଗଲୀ ବାରହାର ମୃତଦେହ
ସୁବର୍ଣ୍ଣପୁର: ବୁଧବାର ଦିନ 10 ଘଣ୍ଟା ସମୟରେ ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ ବରପଦର ସେକସନର ସଦର ବିଟ୍ ଅନ୍ତର୍ଗତ ଝାରଫେସପେରେଡ଼ି ଗ୍ରାମ୍ୟ ଜଙ୍ଗଲ ନିକଟରେ ଗୋଟିଏ ଜଙ୍ଗଲୀ ବାରହାର ଗଳିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ସ୍ଥାନୀୟ କିଛି ଲୋକ ଗ୍ରାମ୍ୟ ଜଙ୍ଗଲ ଆଡକୁ କୌଣସି କାମରେ ଯାଇଥିବା ବେଳେ ଗଳିତ ମୃତଦେହର ଗନ୍ଧ ନାକରେ ବାଜିବା ପରେ ଗନ୍ଧ କେଉଁଠୁ ଆସୁଛି ବୋଲି ଅନୁସନ୍ଧାନ କରିଥିଲେ | ଗୋଟିଏ ବାରହା ଦୁଇ ତିନି ଦିନ ତଳୁ ମରି ପଚି ଯାଇଥିବା ଦେଖିବାକୁ ପାଇଥିଲେ l ଆଶ୍ଚର୍ଯ୍ୟର କଥା କୌଣସି ବନ କର୍ମଚାରୀ ନିଜ ନିଜ ସେକସନ ଓ ବିଟ୍ ଅଞ୍ଚଳରେ ରହୁ ନଥିବାରୁ ସେମାନେ କୌଣସି ସୂଚନା ପାଉନଥିବା ଜନ ସାଧାରଣରେ ଆଲୋଚନା ହେଉଛି | ଏ ସମ୍ପର୍କ ରେ କେତେକ ଗଣମାଧ୍ୟମ ପ୍ରତିନିଧି ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କଲ ଗ୍ରହଣ ନ କରି କଲ କୁ କାଟି ଦେଇଥିଲେ l ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ବନ ବିଭାଗର ଏଭଳି ଦାୟିତ୍ବ ହୀନତା ଯୋଗୁଁ ବୌଦ୍ଧ ବନ ଖଣ୍ଡରେ ବନ ସମ୍ପଦ ଓ ବନ୍ୟ ପ୍ରାଣୀ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ l ବନ୍ୟ ପ୍ରାଣୀ ସୁରକ୍ଷିତ ନୁହନ୍ତି ବୌଦ୍ଧ ବନ ଖଣ୍ଡ ରେ l ଏଥିପାଇଁ ଦାୟି କିଏ?
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
