ସୁବର୍ଣ୍ଣପୁର ଜିଲ୍ଲାରେ ବୁଧବାର ଦିନ ଠାରୁ ହାଇଟେକ୍ ପଟ୍ଟା ବଣ୍ଟନ ଆରମ୍ଭ l
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ପାଇଁ ଖୁସୀ ଖବର । ଦୀର୍ଘ ୧୦ ବର୍ଷ ହେବ ହାଇଟେକ୍ ସର୍ଭେ ନାମରେ ଲାଗି ରହିଥିବା ଜମି ପଟ୍ଟା ସମସ୍ୟାର ଅନ୍ତ ହେବାକୁ ଯାଉଛି । ବୁଧୁବାର ଠାରୁ ଜିଲ୍ଲାବାସୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ମଙ୍ଗଳବାର ସଂନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଜିଲ୍ଲାବାସୀଙ୍କ ଦୀର୍ଘ ଦିନ ର ଦାବୀ କୁ ପ୍ରଶାସନ ଗୁରୁତର ସହ ନେଇ ସରକାରଙ୍କ ଠାରେ ଉପସ୍ଥାପନ କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହି ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହାଇଟେକ୍ ସର୍ଭେ କୁ ଶୀଘ୍ର ସାରିବା ସହ ଜମି ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ।ତେବେ ଆଜି ଠାରୁ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକ ର ବିଭିନ୍ନ ସ୍ଥାନରେ ଏ ନେଇ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ପଟ୍ଟା ବଣ୍ଟନ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ )ରାଜେନ୍ଦ୍ର ମାଝୀ, ସୋନପୁର ଉପ ଜିଲ୍ଲାପାଳ ଡ.ସୌମ୍ୟାରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଉପସ୍ଥିତ ଥିବା ବେଳେ ଗଣମାଧ୍ୟମ କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ଜମିପଟ୍ଟା ନ ପାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପାଖକୁ ଅଭିଯୋଗ ଆସୁଥିଲା । ଏହକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଡ.ସାହୁ ରାଜସ୍ବ ବିଭାଗ କୁ ଜଣାଇଥିଲେ । ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟ ରେ ମଧ୍ୟ ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ରାଜସ୍ବ ମନ୍ତ୍ରୀ ମଧ୍ୟ ଏହାକୁ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ହାଇଟେକ୍ ଜମିପଟ୍ଟା ବଣ୍ଟନ ନେଇ ଜଣାପଡ଼ିବା ପରେ ବୁଦ୍ଧିଜୀବୀ ତଥା ଜନସାଧାରଣ ଙ୍କ ପକ୍ଷରୁ ଜିଲ୍ଲାପାଳ ଓ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାବାସୀ ଧନ୍ୟବାଦ ଜଣାଇଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
