April 22, 2026
Home » କଣ୍ଟିଲୋ,ଖଣ୍ଡପଡାକୁ ରେଳ ସଂଯୋଗ ଦାବିପତ୍ର ନେଇ ବିଧାୟକଙ୍କ ଦିଲ୍ଲୀ ଯାତ୍ରା ।

କଣ୍ଟିଲୋ,ଖଣ୍ଡପଡାକୁ ରେଳ ସଂଯୋଗ ଦାବିପତ୍ର ନେଇ ବିଧାୟକଙ୍କ ଦିଲ୍ଲୀ ଯାତ୍ରା ।

0
unnamed (1)
ନୟାଗଡ଼: ନୟାଗଡ ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳ ଲାଇନକୁ କ୍ରିୟାଶୀଳ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିଦର୍ଶନ ସମୟରେ ପର୍ଯ୍ୟଟନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ଏବଂ ଖଣ୍ଡପଡାକୁ ଖୁବ ଶୀଘ୍ର ରେଳ ଗଡ଼ିବା ନେଇ ପ୍ରତିଶୃତି ଦେଇଥିଲେ। ତଦନୁଯାଇ ତାଳଚେର ଠାରୁ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡାକୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ପ୍ରସ୍ତାବିତ ଏହି ୧୨୦ କିମି ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଦର ପର୍ଯ୍ୟନ୍ତ ଏକ କର୍ଡ଼ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଫାଇନାଲ ଲୋକେସନ ସର୍ଭେ ଏବଂ ଡିପିଆର କାର୍ଯ୍ୟ ରେଳବିଭାଗ ପକ୍ଷରୁ ସମ୍ପୂର୍ଣ ହୋଇସାରିଛି। ତେବେ ଚଳିତ ବର୍ଷ ଏହି କାର୍ଯ୍ୟ ପାଇଁ ରେଳ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇ ନଥିବାରୁ ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଜରିଆରେ ଶୀଘ୍ର ଅର୍ଥ ମଂଜୁର କରିବା ପାଇଁ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକ, ବିନାୟକ ମିଶ୍ର,ଶାନ୍ତିଶେଖର ରଥ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ଆଜି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଆସନ୍ତା କାଲି ବିଧାୟକ ଶ୍ରୀ ସ୍ୱାଇଁ ନୂଆଦିଲ୍ଲୀ ଗସ୍ତ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଏ ବାବଦରେ ଆଲୋଚନା କରିବା ପାଇଁ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *