May 15, 2026
Home » ଢିଙ୍କିଆରୁ ଗାନ୍ଧି ପଥେ ନ୍ୟାୟ ଯାତ୍ରା ଆରମ୍ଭ

ଢିଙ୍କିଆରୁ ଗାନ୍ଧି ପଥେ ନ୍ୟାୟ ଯାତ୍ରା ଆରମ୍ଭ

0
WhatsApp Image 2026-05-09 at 1.24.53 PM (2)

 

ପାରାଦୀପ :: ରାଜ୍ଯରେ ଶିଳ୍ପ ପାଇଁ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ l ବୁଧବାର ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆରୁ ଗାନ୍ଧୀ ପଥେ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିଛି କଂଗ୍ରେସ l ନିର୍ମାଣାଧୀନ ଜେଏସଡବ୍ଲ୍ୟୁ କମ୍ପାନୀକୁ ବିନା ଗ୍ରାମ ସଭାରେ ଜଙ୍ଗଲ ଜମି ଟେକି ଦେବା, ସ୍ଥାନୀୟ ଲୋକଙ୍କ ବିରୋଧରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି, ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଓ କମ୍ପାନୀ ପରିସର ମଧ୍ୟରେ ଭୂତଳ ଜଳ ଖନନ ପ୍ରତିବାଦ ରେ ପଦଯାତ୍ରା ଆରମ୍ଭ ହୋଇଛି l ପାନ, ମୀନ, ଧାନ ପାଇଁ ଲଢେଇ ବନ୍ଦ ହେବ ନାହିଁ, ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ଏ ଲଢେଇ ଜାରି ରହିବ ବୋଲି କହିଛନ୍ତି ଭକ୍ତ ଦାସ l ପଦଯାତ୍ରାରେ ଢିଙ୍କିଆ ଚାରିଦେଶର ଶତାଧିକ ଅଧିବାସୀ ଯୋଗ ଦେଇଥିଲେ l ଏହି ପଦଯାତ୍ରାରେ ପିସି ସି ସଭାପତି ଭକ୍ତ ଦାସ, ସୁର ରାଉତ ରାୟ, ମିନାକ୍ଷୀ ବାହିନିପତି, ଲଲାଟେନ୍ଦୁ ମହାପାତ୍ର, ନିରଞ୍ଜନ ନାୟକ ଓ ଅନେକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ l ଏହି ପଦଯାତ୍ରା ଆସନ୍ତା ୧୪ ତାରିଖରେ ରାଜ ଭବନ ରେ ପହଁଞ୍ଚିବ l ସେଠାରେ ରାଜ୍ୟପାଳ ଙ୍କୁ ଭେଟି ଓଡିଶା ର ବିଭିନ୍ନ ଅଞ୍ଚଳରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଶିଳ୍ପ ସଂସ୍ଥା ପାଇଁ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିବେ l ତେବେ ଏହି ପଦ ଯାତ୍ରା ପାଇଁ ଅଭୟଚାନ୍ଦପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

Leave a Reply

Your email address will not be published. Required fields are marked *