May 12, 2026
Home » ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକଙ୍କ ପକ୍ଷରୁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକଙ୍କ ପକ୍ଷରୁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

0
WhatsApp Image 2026-05-09 at 1.25.49 PM

 

ରାୟଗଡା/ରାମନାଗୁଡ଼ା ::  ରାୟଗଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଭେଟି ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକ ସଙ୍ଘ ରାୟଗଡା ଜିଲ୍ଲା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସ୍ୱାବଲମ୍ବୀ କାରିଗର ମାନେ ଓଡିଶା ସରକାରଙ୍କର ପାନୀୟ ଜଳ ଯୋଗାଣ ବିଭାଗ ରେ ୨୫ ବର୍ଷ ଧରି ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କର ପକ୍ଷରୁ ଆଖି ଦୃଶିଆ କୌଣସି ଦାବି ପୂରଣ କରାଯାଇ ନଥିବା ବେକେ ସରକାରଙ୍କ ଦ୍ୱାରା କୁଶଳୀ କାରିଗର ପ୍ରମାଣ ପତ୍ର ଏମାନଙ୍କୁ ପ୍ରଦାନ କରାଯାଇଛି। ସେହିପରି ଏହି ସ୍ୱାବଲମ୍ବୀ କାରିଗର ମାନଙ୍କ ଭତ୍ତା ଆକାରରେ ତିନି ହଜାର ଦୁଇ ଶହ ପଚାଶ ଟଙ୍କା ମାସିକ ହାରରେ ପ୍ରଦାନ କରାଯାଉଛି. ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ।

ସେମାନଙ୍କ ପରିବାରକୁ ନେଇ ଚଳିବା କଷ୍ଟସାଧ୍ୟ ବୋଲି ସ୍ୱାବଲମ୍ବୀ କାରିଗର ମାନେ କୁହଭରା କଣ୍ଠରେ କହିଛନ୍ତି। ସେହିପରି ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକ ସଙ୍ଘ ପକ୍ଷରୁ କୁଶଳୀ କାରିଗର ହାରରେ ମାସିକ ଦରମା ପ୍ରଦାନ କରିବା, ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରିବା, କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ଚାକିରୀରେ ନିଯୁକ୍ତି ପ୍ରଦାନ କରିବା ବେଳେ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକ ମାନଙ୍କ ଦରମା ପଞ୍ଚାୟତ ରେ ନକରି ବ୍ଲକ ଅଫିସ କିମ୍ଭା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ରେ ସେମାନଙ୍କ ଦରମା କରିବାକୁ ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେବଂଶୀଧର କଣ୍ଡାଗରୀ,ସିମାଞ୍ଚଳ ମିଶ୍ର,କୈଳାଶ ବଡ଼ ପନ୍ଦରା,ସୁଧାକର ବେହେରା,ଶ୍ରୀନିବାସ ପାତିକା,ସୂର୍ଯ୍ୟ ନାରାୟଣ ଗରଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *