May 15, 2026
Home » ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି କର୍ମୀ

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି କର୍ମୀ

0
WhatsApp Image 2026-05-15 at 3.40.43 PM

ପୋଲସରା:  ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ଗ୍ରାମ ପଞ୍ଚାୟତରେ ଆଜି ତହସିଲ ଓ ବ୍ଲକ ପ୍ରଶାସନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ଘରବାରି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଗ୍ରାମର ୬ ଜଣଙ୍କୁ ଭତ୍ତା,୩୨ ଜଣଙ୍କୁ ରାସନକାର୍ଡ ଓ ୨୫ ଜଣଙ୍କୁ ଘର ବାରିପଟା ପ୍ରଦାନ କରିଥିଲେ।ଏହାପରେ ଗ୍ରାମର ବଡ଼ ସାହିରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଭାବରଡା ଗ୍ରାମର ଯୁବ ନେତା ଗୋପବନ୍ଧୁ ବରାଡଙ୍କ ନେତୃତ୍ୱରେ ଶ୍ୟାମସୁନ୍ଦର ସ୍ବାଇଁ, ମନୋଜ ବରାଡ,ଜକେଶ ବରାଡ, ଅଭିମନ୍ୟୁ ବିଷୋୟୀ, ନଟବର ସ୍ବାଇଁ,ପଞ୍ଚୁ ଜେନା, ଅନୀଲ ସ୍ବାଇଁ,ଆରତ ବିଷୋୟୀ,ରଞ୍ଜିତ ସ୍ବାଇଁ, ଶିବରାମ ଗୌଡ, ପ୍ରଫୁଲ୍ଲ ବିଷୋୟୀ, ଦିଲୀପ ବିଷୋୟୀ ସମେତ ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରିଥିଲେ। ବିଜେଡି ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହ ସ୍ବାଗତ କରିଥିଲେ।

ପରବର୍ତ୍ତୀ ସମୟରେ ସରକାରୀ ଯୋଜନା ବଣ୍ଟନ ପରେ ଗ୍ରାମର ଲୋକଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା, ଯାହାକୁ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୦୨୭ ସୁଧା କେହିବି ବଞ୍ଚିତ ରହିବେ ନାହିଁ ବୋଲି ପ୍ରକାଶ କରି ଜନସାଧାରଣଙ୍କୁ ବୁଝାଇ ଥିଲେ। ସରକାରୀ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ତହସିଲଦାର ଦ୍ବିପ୍ତିମୟୀ ପାତ୍ର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ବ୍ଳକ ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା ଉପସ୍ଥିତ ଥିବା ବେଳେ ମିଶ୍ରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ବିଷୋୟୀ, ସମିତି ପ୍ରତିନିଧି ପ୍ରବୀଣ ବିଷୋୟୀ,ଚି.ଶାସନ ସରପଞ୍ଚ ଭଗବାନ ସାହୁ, ରଘୁନାଥ ଭୂୟାଁ, ବସନ୍ତ କରଣ,ସୁରେନ୍ଦ୍ର ପ୍ରଧାନ,ରଘୁନାଥ ପଣ୍ଡା, ପୃଥିବୀରାଜ ଭଞ୍ଜଦେଓ,ରଘୁନାଥ ପ୍ରଧାନ,କାମ୍ପ ବାଢେଇ, କୃଷ୍ଣ ଚନ୍ଦ୍ର ଜେନା, ବସନ୍ତ ଜେନା ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

 

polasara ru hrusikesh nayak nka report

Leave a Reply

Your email address will not be published. Required fields are marked *