August 21, 2026
Home » ବିପୁଳ ପରିମାଣ ର ଗଞ୍ଜେଇ ଓ ମହୁଲି ପୋଚ ଜବତ l

ବିପୁଳ ପରିମାଣ ର ଗଞ୍ଜେଇ ଓ ମହୁଲି ପୋଚ ଜବତ l

0
WhatsApp Image 2026-05-06 at 11.31.09 AM

ସୁବର୍ଣ୍ଣପୁର — ବିପୁଳ ପରିମାଣ ର ଗଞ୍ଜେଇ ଓ ମହୁଲି ପୋଚ ଜବତ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ତା. ୦୪.୦୫.୨୦୨୬ ରାତି ପ୍ରାୟ ୦୨.୦୦ ଟାରେ, ଉଲୁଣ୍ଡା ଥାନା ଅଧୀନସ୍ଥ ଗୁଜା ଗ୍ରାମରୁ ବେଆଇନ ଦେଶୀ ରନ୍ଧା ମହୁଲି ମଦ ଓ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ଗୁଇନ୍ଦା ସୂଚନା ଆଧାରରେ ସୁବର୍ଣ୍ଣପୁର ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଆଇସି ଉଲୁଣ୍ଡା ଥାନା କର୍ମଚାରୀଙ୍କ ସହିତ ଗୁଜା ଗ୍ରାମକୁ ଯାଇଥିଲେ l ଅଭିଯୁକ୍ତଙ୍କ ବେଆଇନ ଚୋରା ଚାଲାଣ ହେବାକୁଥିବା ୦୧ କ୍ୱିଣ୍ଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଚିହ୍ନଟ କରି ଜବତ କରିଥିଲେ। ଏହା ପରେ ଏନଡିପିଏସ ଆଇନର ପ୍ରଚଳିତ ନିୟମ ଅନୁସାରେ ସାକ୍ଷୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପରୋକ୍ତ ଗଞ୍ଜେଇ ଜବତ କରାଯାଇଥିଲା ଏବଂ ତଲାସୀ କରାଯାଇଥିଲା । ତଲାସୀ ସମୟରେ ମୋଟ ୦୭ ଟି ବଡ଼ ବ୍ୟାଗ ଚିହ୍ନଟ ହୋଇଥିଲା ।

ଉକ୍ତ ୦୭ ଟି ବଡ଼ ବ୍ୟାଗ ଖୋଲିବା ପରେ ପଲିଥିନରେ ଗୁଡ଼ାଯାଇଥିବା ୧୬୦ ଟି ଛୋଟ ପକେଟ ମିଳିଥିଲା । ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫,୮୫,୦୦୦ ଟଙ୍କା ହେବ l ଏ ସମ୍ପର୍କରେ Ulunda PS Case No.80 Dt.05.05.2026 U/s-20(b)(ii)(C) NDPS Act. ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଗଞ୍ଜେଇର ଉତ୍ସ ଏବଂ ଅପରାଧୀମାନଙ୍କ ବିଷୟରେ ଅଧିକ ତଥ୍ୟ ଖୋଜିବା ପାଇଁ ତଦନ୍ତ ଜାରି ରହିଛି। ସେହିପରି ଦେଶୀ ରନ୍ଧା ମହୁଲି ମଦ ପ୍ରସ୍ତୁତି କରୁଥିବାର ସୂଚନା ଆଧାରରେ ଆଇଆଇସି ଉଲୁଣ୍ଡା ଥାନା କର୍ମଚାରୀଙ୍କ ସହିତ ଅବକାରୀ ବିଭାଗର ଉପସ୍ଥିତିରେ ୨୦୦ ଲିଟର ଦେଶୀ ମହୁଳି ରନ୍ଧା ମଦ ଜବତ କରିଥିଲେ ଏବଂ ପ୍ରାୟ ୫୦୦୦ ଲିଟର ମହୁଲି ପୋଚ ନଷ୍ଟ କରିଥିଲେ । ଏହି ମାମଲାରେ ଜଣେ ଅଭିଯୁକ୍ତ ଶଙ୍କର କର୍ଣ୍ଣ ଙ୍କୁ ଅଟକ ରଖାଯାଇଛି ଏବଂ ଉଲୁଣ୍ଡା PS Case No.81 Dt.05.05.2026 U/s-52(a) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି lଏ ନେଇ ମଙ୍ଗଳବାର ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed