July 7, 2026
Home » ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି।

ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି।

0
WhatsApp Image 2026-07-07 at 12.21.34 PM

 

୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ୧୭ ଭରି ସୁନା ଓ ରୁପା ଅଳଙ୍କାର ଲୁଟ୍….

କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଗ୍ରାମର ପାର୍ଥବ ସାହୁଙ୍କ ଘରୁ ନଗଦ ୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ୧୭ ଭରି ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପାର୍ଥବ ସାହୁ ଓ ତାଙ୍କ ପରିବାର ଲୋକେ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ୨.୫୦ ଲକ୍ଷ (ଅଢ଼େଇ ଲକ୍ଷ) ଟଙ୍କା, ୧୭ ଭରି ସୁନା ଏବଂ ୩୦ ଭରି ରୁପା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ସକାଳୁ ଉଠିବା ପରେ ଆଲମିରା ଭଙ୍ଗା ଯାଇଥିବା ଏବଂ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି। ଘରେ ପରିବାର ଲୋକେ ଶୋଇଥିବା ବେଳେ ଏଭଳି ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *