November 6, 2026
Home » ଭାବପୂର୍ଣ୍ଣ ପରିବେଶରେ ଅଧ୍ୟକ୍ଷ ଓମପ୍ରକାଶ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଭାବପୂର୍ଣ୍ଣ ପରିବେଶରେ ଅଧ୍ୟକ୍ଷ ଓମପ୍ରକାଶ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

0
WhatsApp Image 2026-11-03 at 11.14.48 AM

l ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ବୀରନରସିଂହପୁର ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଓମପ୍ରକାଶ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାବପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥିଲା। ଶ୍ରୀ ନବକିଶୋର ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନିରୋଦ ମେହେର, ଶ୍ରୀ ସୁବାସଚନ୍ଦ୍ର ମହାକୁଡ଼, କେଲାକଟା ଏମ୍.ଜି.ପି. ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦୁଃଖୁ ଗାଈଗୌରିଆ ଓ ଆଲୁମିନାଇ ସଂଘର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ।
ଛାତ୍ରଛାତ୍ରୀଙ୍କ ବ୍ୟାଣ୍ଡବାଜା ସହ ଶ୍ରୀ ପ୍ରଧାନଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନିଆଯାଇ ପଗଡ଼ି ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନପତ୍ର ପ୍ରଦାନ କରି ତାଙ୍କର ଦୀର୍ଘଦିନର ଶିକ୍ଷାଦାନ, କର୍ତ୍ତବ୍ୟନିଷ୍ଠା, ପ୍ରଶାସନିକ ଦକ୍ଷତା ଓ ବିଦ୍ୟାଳୟ ପ୍ରତି ଅବଦାନକୁ ସ୍ମରଣ କରିଥିଲେ।
ଶ୍ରୀ ଫଣୀଭୂଷଣ ବିଶ୍ୱାଳ ସଭା ପରିଚାଳନା କରିଥିବାବେଳେ ଶ୍ରୀ ରାଜୀବ କହଁର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପୁରାତନ ଏବଂ ବର୍ତ୍ତମାନ ଛାତ୍ର ଛାତ୍ରୀମାନଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *