August 21, 2026
Home » ଭୁବନ ଥାନା ଅଧିକାରିଣୀ ଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ଭୁବନ ଥାନା ଅଧିକାରିଣୀ ଙ୍କୁ ବାଲିମାଫିଆଙ୍କ ଆକ୍ରମଣ

0
WhatsApp Image 2026-05-20 at 10.00.47 AM

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେବେଆଇନ୍ ବାଲି ଟ୍ରାକ୍ଟର ଉପରେ ଚଢାଉ ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ ହୋଇଛି । ଏଥିରେ ଭୁବନ ଥାନା ଅଧିକାରିଣୀ ରେଣୁବାଳା ସାହୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ମଙ୍ଗଳବାର ସକାଳ 6.35 ରେ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୁବନ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୃଦଙ୍ଗା କୁ ଯାଇଥିଲେ । ଆଖଣ୍ଡଳମଣି ମନ୍ଦିର ନିକଟରେ ପୋଲିସକୁ ଦେଖି ଦୁଇଟି ବାଲି ବୋଝାଇ ଟ୍ରାକ୍ଟର ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ । ସେଥିମଧ୍ୟରୁ OD06-N2053 ନମ୍ବର ବିଶିଷ୍ଟ ଗୋଟିଏ ଟ୍ରାକ୍ଟରକୁ ପୋଲିସ ନିଜ ହେପାଜତ କୁ ଆଣିଥିଲେ ।

ଏହାପରେ ଉତ୍ତେଜିତ ହୋଇ ଟ୍ରାକ୍ଟର ଚାଳକ ଭୁବନ ବ୍ଲକ ଏକତାଳି ପଂଚାୟତ ର ଏକତାଳି ଗ୍ରାମର ସ୍ବର୍ଗତ ବୁଦ୍ଧି ଦାସ ଙ୍କ ପୁଅ ଭରତ ଚନ୍ଦ୍ର ଦାସ (47)ଓ ଟ୍ରାକ୍ଟର ମାଲିକ ଙ୍କ ସ୍ୱାମୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ଦେବାଶିଷ ସାହୁ (35) ଅନ୍ୟ ଗାଡ଼ିର ଚାଳକ ଏବଂ ହେଲ୍ପରମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଏମିତିକି ଦେବାଶିଷ ସାହୁ ନିଜର ସ୍କଟିOD04W 1525 ରୁ ଓହ୍ଲାଇ ଭୁବନ ଆଇଆଇସି ରେଣୁବାଳା ସାହୁଙ୍କୁ ମରଣାତ୍ମକ ଆକ୍ରମଣ କରିବା ବେଳେ ସେ ବାମ ହାତ ଦେଖାଇ ଦେବାରୁ ବଞ୍ଚିଗଲେ । ଆଇଆଇସି ଙ୍କ ବାମ ହାତକୁ ମୋଡ଼ି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀଙ୍କ ସହଯୋଗରେ ସେଠାରୁ ବେଆଇନ୍ ବାଲି ବୋଝାଇ ଟ୍ରାକ୍ଟରକୁ ଜବତ କରିବା ସହ ଆକ୍ରମଣକାରୀ ମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ତେବେ ଘଟଣାସ୍ଥଳର ମାତ୍ର 1.5 କିମି ଦୂରରେ ବ୍ରାହ୍ମଣୀ ନଦୀ କଣପାଳ ବାଲି ଘାଟ । ଏହି ଘାଟ ଟି 2020 ମସିହାରୁ ନିଲାମ ହୋଇଛି । ଗତ ଜାନୁଆରୀ ମାସରେ ପ୍ରଦୂଷଣ ବିଭାଗ ପକ୍ଷରୁ ଜନ ଶୁଣାଣୀ ହୋଇଥିଲା । ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ ଙ୍କ ପକ୍ଷରୁ ରାସ୍ତା ତାଡି ଦିଆଯାଇଥିଲା । ତାଙ୍କ ବଦଳି ପରେ ମାଫିଆ ମାନେ ଖାତ ପୋତି ନିର୍ଦ୍ୱନ୍ଦ୍ୱରେ ବାଲି ବୋହିଲେ । ଏକ ଗାଈ ଗାଡି ଧକ୍କା ରେ ମୃତ ହେବା ପରେ ପ୍ରାୟ ଏକ ସପ୍ତାହ ହେଲା ବାଲି ଉତ୍ତୋଳନ ବନ୍ଦ ଥିଲା । ଫଳରେ ଲୋକେ ଯାଜପୁର ଜିଲାରୁ ବାଲି ଉଚ୍ଚ ଦରରେ ମଗାଇ ନିର୍ମାଣ କାର୍ଯ୍ୟ କରୁଥିଲେ । ଏହି ଟ୍ରାକ୍ଟର ଟି ମୃଦଙ୍ଗା ର ଆଖଣ୍ଡଳମଣି ମନ୍ଦିର କୁ ଅଣାଯାଉଥିଲା । ଯାହାକି ମନ୍ଦିର ର ଉନ୍ନୟନ ମୂଳକ କାର୍ଯ୍ୟ ବିଧାୟକ ଙ୍କ ସହଯୋଗରେ ଚାଲୁରହିଛି । ନିଜ ଅଂଚଳରୁ ବାଲି ନମିଳିବା, ବାହାର ଜିଲାରୁ ଉଚ୍ଚ ଦରରେ କିଣିବା ଓ ମନ୍ଦିର କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ଭଳି ପରିସ୍ଥିତି ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ଉତେଜନା ସୃଷ୍ଟି କରିଥିଲା । ପରିସ୍ଥିତି କୁ ଆୟତ୍ତ କୁ ଆଣିବା ପାଇଁ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦାଇତ୍ୱରେ ଥିବା ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଭରତ ଓ ଦେବାଶିଷ ଙ୍କୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି । ଅପରପକ୍ଷେ ବାଲି ମାଫିଆ ଦେବାଶିଷ ର ରାଜଗୋଲା ଘରେ ଚଢ଼ାଉ କରିଥିଲେ ଯାଜପୁର ଖଣିବିଭାଗ ଅଧିକାରୀ । 30 ଗାଡି ବାଲି ଅନଧିକାର ଭାବେ ଗଛିତ ଥିବାରୁ ସୁକିନ୍ଦା ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି ।

kamkhyanagar epa ru rajkishor rout nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed