ହରଡ଼ଖୋଲ ମାହେଶ୍ବରୀ ପୀଠ ଠାରେ ଡ଼ୁମାଳ ସମାଜର ଜରୁରୀ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ମାହେଶ୍ୱରୀ ପୀଠ ଠାରେ ହରଡ଼ଖୋଲ କେନ୍ଦ୍ରର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ହରଡ଼ଖୋଲ କେନ୍ଦ୍ର ସଭାପତି ହୃଷିକେଶ ପ୍ରଧାନଙ୍କ ଆବାହକତ୍ୱରେ ଓ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପୂର୍ବତନ ବୌଦ୍ଧ ଜିଲ୍ଲା ସଭାପତି ରମଣୀ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର ଏକତା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ସଂମ୍ମାନିତ ଅତିଥି ଭାବେ ବରଗଡ଼ର ହରିଶଙ୍କର ବେହେରା, ହୀରା ମହାକୁର, ଚୈତନ୍ୟ କର୍ଣ୍ଣ,ଅନୁଗୋଳ ଜିଲ୍ଲାର ଉଦୟନାଥ ପ୍ରଧାନ, ଅର୍ଜୁନ ପାତ୍ର, ସରୋଜ ଦଳବେହେରା, ବାବୁ ନାୟକ, ନୟାଗଡ ଜିଲ୍ଲାର ଭିକାରୀ ଚରଣ ମହାଖୁଡ଼, ସୁଦର୍ଶନ ମହାକୁଡ଼, ପ୍ରକାଶ ମହାକୁଡ଼,ବବୃବାହାନ କର୍ଣ୍ଣ, ଜୟ ମଙ୍ଗଳ ବିଶି, ଡାକ୍ତର ପାତ୍ର, ଉମେଶ ପ୍ରଧାନ, ଦୟାସାଗର ମେଣ୍ଡିଲି, ମନୁରାଜ କର୍ମୀ,ଶମ୍ଭୁ ମହାକୁର, ଉପେନ୍ଦ୍ର ଶଙ୍ଖୁଆ, ରମେଶ ଅମାତ, ବିଦେଶୀ ଦେହେରୀ, ନିର୍ମଳ କର୍ମୀ ଓ କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହି ବୈଠକର ନିଷ୍ପତ୍ତି ପ୍ରକାରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତିଙ୍କ ମନମୁଖୀ ଏକଛାତ୍ରବାଦୀ, କଙ୍ଗାରୁକୋର୍ଟ କରି ଜାତି ସମାଜରେ ବିଶୃଙ୍ଖଳା କରୁଥିବାରୁ ତାଙ୍କ କାର୍ଯ୍ୟକଳାପକୁ ନିନ୍ଦାକରି ସମାଜ ସଂଗଠନ ତାଙ୍କ ଠାରୁ ଦୁରେଇ ଯିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ହରଡ଼ଖୋଲ କେନ୍ଦ୍ରର କାର୍ଯ୍ୟକାଳ ଅବଧି ପୂରିଯାଇଥିବାରୁ ନୂତନ ଭାବେ କମିଟି ଗଠନ କରାଯାଇ ପୁର୍ନବାର ସଭାପତି ଭାବେ ହୃଷିକେଶ ପ୍ରଧାନ ଓ ସମ୍ପାଦକ ଭାବେ ମୋହନ କର୍ମୀଙ୍କୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଆସନ୍ତା ଦିନରେ ଯଦି ଜାତି ସମାଜକୁ ବିଶୃଙ୍ଖଳା କରାଯାଏ ଆଇନର ଆଶ୍ରୟ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି l ଶେଷରେ କେନ୍ଦ୍ର ସମ୍ପାଦକ ମୋହନ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
