April 16, 2026
Home » ମର୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ବୈଶାଖୀ ଉତ୍ସବ

ମର୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ବୈଶାଖୀ ଉତ୍ସବ

0
WhatsApp Image 2026-04-16 at 12.19.24 PM

ଭୁବନେଶ୍ୱର – ଏମ ଏସ ପାର୍କ ପୋଖରୀପୁଟ ମର୍ଣିଂ ୱାକର୍ସ୍ ଆସୋସିଏସନ୍ ପକ୍ଷରୁ ବୈଶାଖୀ ଉତ୍ସବ ପାଳିତ ହୋଇ ଯାଇଛି। ଅନନ୍ତ ବିହାର ସ୍ଥିତ କାର୍ଯ୍ୟଳୟ ପରିସରରେ ସ୍ତମ୍ଭକାର ନିର୍ମଳ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଆଇନଜୀବୀ
ଏଲ ଏନ ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପଣ୍ଡିତ ପ୍ରବୀର କୁମାର ବୈଶାଖ ମାସର ବିଭିନ୍ନ ପର୍ବ ପର୍ବାଣୀ ସମ୍ପର୍କରେ ଅବଗତ କରିଥିଲେ। ଏହି ଉତ୍ସବରେ କୃଷିବିତ୍ ସୁଦର୍ଶନ ମହାଳିକ, ତରଣିସେନ୍ ନାୟକ, ପଠାଣି ବେହେରା, ଭି ରାଜୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବରେଣ୍ୟ ଅତିଥି ରୂପେ କର୍ଣ୍ଣେଲ ବିଜୟ ପଟ୍ଟନାୟକ, ନିରଞ୍ଜନ ଷଡ଼ଙ୍ଗୀ, ହର୍ଷବର୍ଦ୍ଧନ ଉଦଗାତା ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅଭୟ ମହାପାତ୍ର, ନିରଞ୍ଜନ ସେନାପତି, ଇଂ ଅଶୋକ ପ୍ରଧାନ, ପ୍ର: ବାଳକୃଷ୍ଣ ପ୍ରହରାଜ, ଦଶରଥ ନନ୍ଦ, ପି ସାହୁ ଓ ଏଲ ପଣ୍ଡା ଉପସ୍ଥିତ ଥିଲେ। ପରିଶେଷରେ ସହ ସମ୍ପାଦକ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *