April 16, 2026
Home » ଚିକିତ୍ସା ଅବହେଳା ରୁ ନବଜାତ ଶିଶୁ ର ମୃତ୍ୟୁ ଅଭିଯୋଗ l

ଚିକିତ୍ସା ଅବହେଳା ରୁ ନବଜାତ ଶିଶୁ ର ମୃତ୍ୟୁ ଅଭିଯୋଗ l

0
WhatsApp Image 2026-04-16 at 12.56.24 PM

ସୁବର୍ଣ୍ଣପୁର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଖବର ଆମର ହସ୍ତଗତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର । ଡାକ୍ତର SNCU ରେ ଭର୍ତ୍ତି କରିବା ପାଇଁ ଲେଖିଥିବାବେଳେ ଦାୟିତ୍ୱରେ ଥିବା ସେବିକା ମାନେ ରଖି ନଥିବା ଅଭିଯୋଗ ହୋଇଛି । ଫଳରେ ଶିଶୁର ମୃତ୍ୟୁ ହୋଇଛି । ପ୍ରସୂତୀ ମା ବେଡରେ ପଡ଼ିଥିବାବେଳେ ମୃତ ଶିଶୁକୁ ଦୀର୍ଘ ସମୟ ଧରି ବାହାରେ ବସିଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ ଗତ ୧୩ ତାରିଖ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗାଁ ର ସୁରେନ୍ଦ୍ର ନାଏକ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ସୁବର୍ଣ୍ଣପୁର ପ୍ରସୂତି କାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଡାକ୍ତର ଅସ୍ତ୍ରୋପଚାର କରିଥିବାବେଳେ କମ୍ ଓଜନର ଶିଶୁ ଜନ୍ମ ହୋଇଥିଲା । ତେବେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ SNCU ରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଦାୟିତ୍ୱରେ ଥିବା ନର୍ସ ମାନେ ଭର୍ତ୍ତି କରି ନଥିଲେ । ଗତକାଲି ଟିକା ଦେବାପାଇଁ ଯାଇଥିବାବେଳେ ସେଠାରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ SNCU ରେ ଭର୍ତ୍ତି କରିବାକୁ କହିଥିଲେ । ତେବେ ଟିକା ଦେଲା ପରେ ଶିଶୁର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି । ତା ସତ୍ତ୍ୱେ ତାକୁ SNCU ରେ ଭର୍ତ୍ତି କରାଯାଇ ନଥିଲା। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏମିତିକି ସେମାନେ ଶିଶୁଙ୍କୁ ମୃତ ଘୋଷଣା ମଧ୍ୟ କରି ନଥିବା ବେଲେ ପରିବାର ଲୋକ ଦିର୍ଘ ସମୟ ଧରି ମୃତ ଶିଶୁଙ୍କୁ ଧରି ବସିଛନ୍ତି । ଏନେଇ ଅଭିଯୋଗ ପରେ ଦୁଃଖ ପ୍ରକାଶ କରିବା ସହିତ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଘଟଣାର ତଦନ୍ତ ହେବ ଯିଏ ବି ଅବହେଳା କରିଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସୁବର୍ଣ୍ଣପୁର ସି ଦି ଏମ ଓ ଡ଼. ଉଷାରଣୀ ଦାସ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *