August 21, 2026
Home » ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି

ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି

0
WhatsApp Image 2026-05-19 at 5.34.02 PM

ବିକଶିତ କଳାହାଣ୍ଡି ନୂଆପଡ଼ା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର….

କଳାହାଣ୍ଡି ଜିଲ୍ଲାର ଚିର ମରୁଡ଼ି ପ୍ରପୀଡ଼ିତ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକର ଚାଷଜମିକୁ ଜଳସେଚନର ସୁବିଧା ପାଇଁ ସ୍ଥାପିତ ହୋଇଛି ରେତ ମଧ୍ୟମ ଜଳସେଚନ ପ୍ରକଳ୍ପ। ନର୍ଲା ଓ ଲାଞ୍ଜିଗଡ଼ ତଥା କେସିଙ୍ଗା ବ୍ଲକର ୮୫୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦେବାକୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କିନ୍ତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ହେଁ ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ସର୍ବାଧିକ ବୃଷ୍ଟିବାଧିତ ଅଞ୍ଚଳରେ ଏହା ପାଣି ଯୋଗାଇବାରେ ବିଫଳ ହୋଇଛି। ଏହାକୁ ନେଇ ଦୀର୍ଘ ଦିନ ହେଲା ଜନଅସନ୍ତୋଷ ବଢିଚାଲିଥିବା ବେଳେ ଉତ୍ୟକ୍ତ ଲୋକେ ଥରେ ରାସ୍ତାରୋକ ମଧ୍ୟ କରିଥିଲେ। ଏହାପରେ ବି ଶାସନ, ପ୍ରଶାସନ କିମ୍ବା ସରକାର ଲୋକଙ୍କ ଦାବିକୁ କର୍ଣ୍ଣପାତ କଲେ ନାହିଁ। ବାରମ୍ବାର ଦାବି, ଅଭିଯୋଗ ପରେ କେବଳ ମିଳୁଛି ପ୍ରତିଶ୍ରୁତି ଓ ପ୍ରତିଶ୍ରୁତି। ଏଥିଯୋଗୁଁ ଜନ ଅସନ୍ତୋଷର ନିଆଁ ପୁଣି କୁହୁଳୁଥିବାବେଳେ ଯେ କୌଣସି ମୁହୂର୍ତ୍ତରେ ବିରାଟ ଆନ୍ଦୋଳନର ରୂପ ନେଇପାରେ ଏହି ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଆଖି ଆଗରେ ରଖି ଅଗ୍ରଣୀ ନାଗରିକ ସଂଗଠନ ବିକଶିତ କଳାହାଣ୍ଡି ନୂଆପଡା ପକ୍ଷରୁ ରେତ ଡାହାଣ କେନାଲର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ସଂଗଠନର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ସଂଗଠନର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ଏବଂ ଅନ୍ୟ କର୍ମକର୍ତ୍ତା କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଦାବି ଅନୁସାରେ, ନର୍ଲା ବ୍ଲକର ଟିକିରାପଡା ଡାହାଣ ମୁଖ୍ୟ କେନାଲରୁ ଧୃକୁଟି, କୁଚେଇଯୋର, ଡେଙ୍ଗେନ ସମେତ କେଶପଲା, ବୁରାଟ, ଇନ୍ଦ୍ରମାଲ ସହିତ ଲାଞ୍ଜିଗଡ଼ ବ୍ଲକର ଗୋପାଳପୁର, ଭାଲୁଚଞ୍ଚରା, ପାଟଭାଲେର, ମଧୁପୁର, ରାମଚନ୍ଦ୍ରପୁର ଦେଇ କେନାଲ ସଂଯୋଗ କରାଗଲେ ସେଇସବୁ ଗାଁର ୧୫୦୦ ହେକ୍ଟରରୁ ଉର୍ଦ୍ଧ୍ଵ ଜମିରେ ଜଳସେଚନ ବ୍ୟବସ୍ଥା ହୋଇପାରିବ ବୋଲି ଦାବି କରାଯାଇଛି। ତେବେ ପୂର୍ବରୁ ରେତ କେନାଲର ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁଁ ଅଞ୍ଚଳର ଚାଷୀମାନେ କେନାଲ ପାଣି ପାଇବାରୁ ବଂଚିତ ହୋଇଆସୁଛନ୍ତି। ଏଣୁ ଉପଯୁକ୍ତ ସର୍ଭେ ଓ କେନାଲ ନିର୍ମାଣ କରାଗଲେ ଚାଷୀମାନେ ଜଳସେଚନର ସୁବିଧା ପାଇବା ସହିତ ଚାଷୀଙ୍କ ଉତ୍ପାଦନ ଓ ସରକାରଙ୍କ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed