ପଟ୍ଟା ଜମିରେ ଗଞ୍ଜେଇ ଚାଷ ଅଭିଯୋଗ ପାଣିରେ ଗାର, ଅବକାରୀ ଓ ପୋଲିସ ବିଭାଗ ନିରବ , କାର୍ଯ୍ୟାନୁଷ୍ଠାନ କେବେ ??
କନ୍ଧମାଳ ଜିଲ୍ଲା ରେ ଅବକାରୀ ବିଭାଗ, ପୋଲିସ ବିଭାଗ,ରାଜସ୍ବ ବିଭାଗ,ବନ ବିଭାଗ ଙ୍କ ମିଳିତ ସହଯୋଗ ରେ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ବ୍ୟାପକ ପରିମାଣର ଏକର ଏକର ଜମିରେ ଶହ ଶହ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିବା ସାଧାରଣ ରେ ମୂଖ୍ୟ ଚର୍ଚ୍ଚା ର ବିଷୟ ହୋଇଥିବା ଶୁଣିବାକୁ ମିଳୁଛି। ଏପରିକିରିଜର୍ଭ ଜଙ୍ଗଲ ରେ ଶହ ଶହ _ଶାଳୁଆ ଗଛ କାଟି ଗଞ୍ଜେଇ ଚାଷ ହୋଇଥିବା ଚର୍ଚ୍ଚା ହେଉଛି। ଜଙ୍ଗଲ ବିଭାଗ ଜାଣିଶୁଣି ନିରବ ରହୁଛି ପରିସ୍ଥିତି ବାଧ୍ୟ କରୁଛି ନାଁ କାହା ଚାପରେ ସଜବାଜ ହେଉଛି। ଫୁଲବାଣୀ ବ୍ଲକ ଅର୍ନ୍ତଗତ ତୁଡିପାଜୁ ପଞ୍ଚାୟତ ଅଧିନସ୍ଥ ଯୋଗିମଠ,ମିଣିଆକାଠି,କଟିଆସାହିର ରେ ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ ହେବ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ରେ ଦର୍ଶାଇ ଦିଆଯାଇଛି।ଏବେ ଜାଣିବା କଥା ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକ, କନ୍ଧମାଳ ଅବକାରୀ ଶହ ବିଭାଗ ,ବନ ବିଭାଗ ଡି.ଏଫ. ଓ ଫୁଲବାଣୀ, ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଶହ ଶହ ଶାଳୁଆ ଗଛ କାଟି ଗଞ୍ଜେଇ ଚାଷ କରିଆସୁଥିବା ବେଳେ ଶାଳୁଆ ବଣରେ ଗଞ୍ଜେଇ ଚାଷ ଚିହ୍ନଟ କରିବା ପାଇଁ ସରକାର କେମେରା ମାଧ୍ୟମରେ ଆକାଶ ମାର୍ଗରେ ଛାଡ଼ିଦେଇ ଜାଣିପାରୁଥିଲେ।ଏବେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ପାକଳ ହେଲାଣି କନ୍ଧମାଳ ଏସ.ପି ଙ୍କ ନିର୍ଦ୍ଦେଶନାରେ କୋଣ ଅନୁକୋଣରେ ଲୋକାୟତ ଗଞ୍ଜେଇ ଚାଷ କଟାଯିବ କେବେ? ଏବେ ଗୁରୁଦାୟିତ୍ଵ ଅବକାରୀ ବିଭାଗ ର ହେଲେ ଜିଲ୍ଲା ରେ ମାଓଦମନ ରେ ପୋଲିସ ପ୍ରଶାସନ ସକ୍ରିୟ ଭାବେ କାର୍ଯ୍ୟରତ ଓ ମାଓ ସଂଗଠନ ଦୁର୍ବଳ ହୋଇ ହୋଇ ଯାଉଛି ଗଞ୍ଜେଇ ଚାଷ ଦିନକୁଦିନ ବୃଦ୍ଧି ପାଉଛି , ଗଞ୍ଜେଇ ଚାଷ ଏବେ ପାକଳ ହୋଇଛି ଗଞ୍ଜେଇ ଚାଷିଙ୍କ ମଧ୍ୟରେ ଟଣାଓଟରା ହେଲେ ଚାଷି ଗଞ୍ଜେଇ ବିକ୍ରି କଲାପରେ କି ? କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେକି ବୋଲି ଅଭିଯୋଗ ପାଣିରେ ଗାର ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
