August 22, 2026
Home » ପଟ୍ଟା ଜମିରେ ଗଞ୍ଜେଇ ଚାଷ ଅଭିଯୋଗ ପାଣିରେ ଗାର, ଅବକାରୀ ଓ ପୋଲିସ ବିଭାଗ ନିରବ , କାର୍ଯ୍ୟାନୁଷ୍ଠାନ କେବେ ??

ପଟ୍ଟା ଜମିରେ ଗଞ୍ଜେଇ ଚାଷ ଅଭିଯୋଗ ପାଣିରେ ଗାର, ଅବକାରୀ ଓ ପୋଲିସ ବିଭାଗ ନିରବ , କାର୍ଯ୍ୟାନୁଷ୍ଠାନ କେବେ ??

0
WhatsApp Image 2025-12-31 at 10.10.19 AM

କନ୍ଧମାଳ ଜିଲ୍ଲା ରେ ଅବକାରୀ ବିଭାଗ, ପୋଲିସ ବିଭାଗ,ରାଜସ୍ବ ବିଭାଗ,ବନ ବିଭାଗ ଙ୍କ ମିଳିତ ସହଯୋଗ ରେ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ବ୍ୟାପକ ପରିମାଣର ଏକର ଏକର ଜମିରେ ଶହ ଶହ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିବା ସାଧାରଣ ରେ ମୂଖ୍ୟ ଚର୍ଚ୍ଚା ର ବିଷୟ ହୋଇଥିବା ଶୁଣିବାକୁ ମିଳୁଛି। ଏପରିକିରିଜର୍ଭ ଜଙ୍ଗଲ ରେ ଶହ ଶହ _ଶାଳୁଆ ଗଛ କାଟି ଗଞ୍ଜେଇ ଚାଷ ହୋଇଥିବା ଚର୍ଚ୍ଚା ହେଉଛି। ଜଙ୍ଗଲ ବିଭାଗ ଜାଣିଶୁଣି ନିରବ ରହୁଛି ପରିସ୍ଥିତି ବାଧ୍ୟ କରୁଛି ନାଁ କାହା ଚାପରେ ସଜବାଜ ହେଉଛି। ଫୁଲବାଣୀ ବ୍ଲକ ଅର୍ନ୍ତଗତ ତୁଡିପାଜୁ ପଞ୍ଚାୟତ ଅଧିନସ୍ଥ ଯୋଗିମଠ,ମିଣିଆକାଠି,କଟିଆସାହିର ରେ ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ ହେବ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ରେ ଦର୍ଶାଇ ଦିଆଯାଇଛି।ଏବେ ଜାଣିବା କଥା ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକ, କନ୍ଧମାଳ ଅବକାରୀ ଶହ ବିଭାଗ ,ବନ ବିଭାଗ ଡି.ଏଫ. ଓ ଫୁଲବାଣୀ, ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଶହ ଶହ ଶାଳୁଆ ଗଛ କାଟି ଗଞ୍ଜେଇ ଚାଷ କରିଆସୁଥିବା ବେଳେ ଶାଳୁଆ ବଣରେ ଗଞ୍ଜେଇ ଚାଷ ଚିହ୍ନଟ କରିବା ପାଇଁ ସରକାର କେମେରା ମାଧ୍ୟମରେ ଆକାଶ ମାର୍ଗରେ ଛାଡ଼ିଦେଇ ଜାଣିପାରୁଥିଲେ।ଏବେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ପାକଳ ହେଲାଣି କନ୍ଧମାଳ ଏସ.ପି ଙ୍କ ନିର୍ଦ୍ଦେଶନାରେ କୋଣ ଅନୁକୋଣରେ ଲୋକାୟତ ଗଞ୍ଜେଇ ଚାଷ କଟାଯିବ କେବେ? ଏବେ ଗୁରୁଦାୟିତ୍ଵ ଅବକାରୀ ବିଭାଗ ର ହେଲେ ଜିଲ୍ଲା ରେ ମାଓଦମନ ରେ ପୋଲିସ ପ୍ରଶାସନ ସକ୍ରିୟ ଭାବେ କାର୍ଯ୍ୟରତ ଓ ମାଓ ସଂଗଠନ ଦୁର୍ବଳ ହୋଇ ହୋଇ ଯାଉଛି ଗଞ୍ଜେଇ ଚାଷ ଦିନକୁଦିନ ବୃଦ୍ଧି ପାଉଛି , ଗଞ୍ଜେଇ ଚାଷ ଏବେ ପାକଳ ହୋଇଛି ଗଞ୍ଜେଇ ଚାଷିଙ୍କ ମଧ୍ୟରେ ଟଣାଓଟରା ହେଲେ ଚାଷି ଗଞ୍ଜେଇ ବିକ୍ରି କଲାପରେ କି ? କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେକି ବୋଲି ଅଭିଯୋଗ ପାଣିରେ ଗାର ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।