October 16, 2024
Home » ପ୍ରତ୍ୟହ ପରିବେଷିତ ହେଉଥିବା ଗଞ୍ଜାମ ଜିଲ୍ଲାର ବିଖ୍ୟାତ ଭାରତ ଲୀଳା ନାଟକ ମୁଖ୍ୟ ଆକର୍ଷଣ….

ପ୍ରତ୍ୟହ ପରିବେଷିତ ହେଉଥିବା ଗଞ୍ଜାମ ଜିଲ୍ଲାର ବିଖ୍ୟାତ ଭାରତ ଲୀଳା ନାଟକ ମୁଖ୍ୟ ଆକର୍ଷଣ….

0

 

ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ଶକ୍ତି ମଣ୍ଡପ ଦୂର୍ଗାପୂଜା ଚଳିତ ବର୍ଷ ୫୫ ତମ ବର୍ଷ ରେ ପଦାର୍ପଣ କରିଛି । ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପୁରୀ ର ପଣ୍ଡିତ ପ୍ରଫୁଲ୍ଲ କୁମାର ଦୀକ୍ଷିତ, ସହଯୋଗୀ ପୂଜକ ଭାବେ ସନ୍ତୋଷ କୁମାର ଦୀକ୍ଷିତ, ଅଭିଷେକ ଗୌତମ ଦୀକ୍ଷିତ ଓ ଅନିଲ କୁମାର ପାଢ଼ୀ ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ କୃପାସିନ୍ଧୁ ପଣ୍ଡା ଓ ପତ୍ନୀ ପ୍ରତିଭା ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି। ନବ ଦିନ ବ୍ୟାପି ମାଆ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି।

ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଞ୍ଜୟ କୁମାର ବେହେରା ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମୁନି , ବରିଷ୍ଠ ସଦସ୍ୟ ଆଇନଜୀବୀ ସନ୍ତୋଷ କୁମାର ମେହେର, ସୁମନ୍ତ କୁମାର ପଣ୍ଡା, ବାଜି ପ୍ରଧାନ,ଆନନ୍ଦ ଅଗ୍ରୱାଲ ରହିଛନ୍ତି ।
ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି।

ପ୍ରତିଦିନ ଗଞ୍ଜାମ ଜିଲ୍ଲାର ବିଖ୍ୟାତ ଭାରତ ଲୀଳା ନାଟକ ଗାୟକ ନୀଳାଚଳ ମିଶ୍ର ଓ ସାଥୀ ଙ୍କ ଦ୍ଵାରା ପରିବେଷିତ ହେଉଛି। ଆସନ୍ତା ୧୧ ଓ ୧୨ ତାରିଖ ଦିନ କଟକ ର ଏକ ମେଲୋଡ଼ି କାର୍ଯକ୍ରମ କରାଯିବ ବୋଲି ଜଣାଯାଇଛି।ଆସନ୍ତା ୧୩ ତାରିଖ ବିଜୟା ଦଶମୀ ଦିନ ରାବଣ ପୋଡି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *