June 8, 2026
Home » ଭାରତୀୟ ମଜଦୁର ସଂଘ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭାରତୀୟ ମଜଦୁର ସଂଘ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0
WhatsApp Image 2026-06-06 at 8.10.15 PM

 

ରାଇରଙ୍ଗପୁର: ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ବରେ ଏକ ଗୁକୁତର ସମସ୍ଯା ପାଲଟିଛି l ମୟୂରଭଞ୍ଜ ଜିଲ୍ଲା ରେ ସର୍ବାଧିକ ଲୋକେ ଏହି ସମସ୍ଯା ଶିକାର ହେଉଛନ୍ତି l ଅନିୟନ୍ତିତ ଶିଳ୍ପ ନିର୍ଗମନ, ବ୍ଯାପକ ଖଣି ଖନନ ଏବଂ ବର୍ଜ୍ଯବସ୍ତୁର ଅନୁଚିତ ପରିଚାଳନା ଯୋଗୁଁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣ ସ୍ତର ଭୟାବହ ଭାବରେ ବୁଦ୍ଧିପାଉଛି l ଏହାଦ୍ବାରା ଜନସ୍ବାସ୍ଥ୍ଯ, କୁଷି ଏବଂ ଅଞ୍ଚଳର ପ୍ରମୁଖ ଜଳଉତ୍ସଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି l
ମୟୂରଭଞ୍ଜ ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବଂ ଏହାର ନିରାକରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଭାରତୀୟ ମଜଦୁର ସଂଘ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ଯକ୍ରମରେ ଭାରତୀୟ ମଜଦୁର ସଂଘ ର ପର୍ଯ୍ଯାବରଣ ମଞ୍ଚର ରାଜ୍ଯ ସହ ସଂଯୋଜକ ନିଗମାନନ୍ଦ ପଟ୍ଟନାୟକ, ବି ଏମ୍ ଏସ୍ ର ଜିଲ୍ଲା ସଂପାଦକ ବୋଧିରଜତ ମହାନ୍ତ, ପର୍ଯ୍ଯାବରଣ ମଞ୍ଚର ଜିଲ୍ଲା କୋଡିନେଟର ଅଲେଖ ସେଠୀ ଓ ବି ଏମ୍ ଏସ୍ ର ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ l ଏହି ସ୍ମାରକପତ୍ର ମାଧ୍ଯମରେ ଭାରତୀୟ ମଜଦୁର ସଂଘ (ବି ଏମ୍ ଏସ୍) ପରିବେଶ ମଞ୍ଚ ଜିଲ୍ଲାରେ ସମସ୍ତ ପ୍ରକାର ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନିକ ହସ୍ତକ୍ଷେପ ଜରୁରୀ ବୋଲି ନିବେଦନ କରିଛନ୍ତି l ଉକ୍ତ ଦାବୀପତ୍ରରେ ମୁଖ୍ଯ ବିଷୟଗୁଡିକ ଉପରେ ସ୍ବତନ୍ତ୍ର ଧ୍ଯାନ ଦେଇ ତୁରନ୍ତ ନିରାକରଣ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି l
ବାୟୁ ପ୍ରଦୂଷଣ ଉପରେ ସ୍ବତନ୍ତ୍ର ଧ୍ଯାନ ଦିଆଯାଉ ଏବଂ ଏହାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉ l ଯାହା ଦ୍ବାରା ଲୋକଙ୍କ ସ୍ବାସ୍ଥ୍ଯ ପ୍ରଭାବିତ ହେବନାହିଁ l ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳଗୁଡିକରେ ନିୟମିତ ତଜାରଖ ସୁନିଶ୍ଚିତ କରାଯାଉ l ଏହା ବ୍ଯତୀତ ମୟୂରଭଞ୍ଜ ରେ ଥିବା ସମସ୍ତ କୁକୁଡା ଫାର୍ମରୁ ନିର୍ଗତ ହେଉଥିବା ବର୍ଜ୍ଯବସ୍ତୁ ରୁ ବାହାରୁଥିବା ଦୂଷିତ ବାୟୁ ଆଖପାଖ ଜଳବାୟୁ କୁ ପ୍ରଦୂଷିତ କରୁଛି l ଏହାଦ୍ବାରା ଯକ୍ଷ୍ମା, ଜଣ୍ଡିସ, ଶ୍ବାସଜନିତ ରୋଗରେ ଲେକମାନେ ଆକ୍ରାନ୍ତ ହେଉଛନ୍ତି l ଏ ସଂପର୍କରେ ମଧ୍ଯ ଦୁଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ l ନଦୀ ଏବଂ ନାଳଗୁଡିକୁ ପ୍ରଦୂଷିତ ହେବାରୁ ରୋକିବା ପାଇଁ ଆବଶ୍ଯକ ପଦକ୍ଷେପ ଗ୍ରହଣ କରାଯାଉ l ବିନା ବିଶୋଧନରେ ଶିଳ୍ପ ବର୍ଜ୍ଯବସ୍ତୁକୁ ଜଳାଶୟରେ ଛାଡିବା ଉପରେ କଠୋର କଟକଣା ଲାଗୁ କରାଯାଉ l ଅନାବଶ୍ଯକ ଗଛକଟାକୁ ବନ୍ଦ କରାଯଇ ବନୀକରଣ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉ l ଖଣି ଅଞ୍ଚଳ ଏବଂ ଏହାର ଆଖପାଖ ରେ ଧୂଳି ନିୟନ୍ତ୍ରଣ ତଥା ସବୁଜ ବଳୟ ସୁଷ୍ଟି କରିବା ପାଇଁ ତ୍ରିସ୍ତରୀୟ ଘନ ବୁକ୍ଷରୋପଣ କରିବାକୁ ନିର୍ଦ୍ଦେଶ ଦିଆଯାଉ l
ଥରେ ବ୍ଯବହୁତ ପ୍ଲାଷ୍ଟିକ୍ ସାମଗ୍ରୀର ବିକ୍ରି ଏବଂ ବ୍ଯବହାର ଉପରେ ତୁରନ୍ତ ନିଷେଧାଦେଶ ଲାଗୁ କରାଯାଉ ଏବଂ ମୟୂରଭଞ୍ଜ କୁ ସିଙ୍ଗଲ୍ ଇୟୁଜ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଉ l ଏହାକୁ କଠୋର ଭାବରେ କାର୍ଯ୍ଯକାରୀ କରିବା ସହ ଏହାର ପରିବେଶ ଅନୁକୂଳ ବିକଳ୍ପକୁ ପ୍ରୋତ୍ସାହିତ କରାଯାଉ l ମାଟି ଏବଂ ଜଳର ପ୍ରଦୂଷଣ କୁ ରୋକିବା ପାଇଁ ଶିଳ୍ପଗୁଡିକରୁ ବାହାରୁଥିବା ବିପଦଜନକ ବର୍ଜ୍ଯବସ୍ତୁର ସଂଗ୍ରହ, ବିଶୋଧନ ଏବଂ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ନିୟମ ଅନୁଯାୟୀ ସୁନିଶ୍ଚିତ କରାଯାଉ l ସହରାଞ୍ଚଳରେ ଉତ୍ସ ସ୍ଥଳରୁ ବର୍ଜ୍ଯବସ୍ତୁ ପୁଥକୀକରଣ ଏବଂ ବୈଜ୍ଞାନିକ ପରିଚାଳନା ସହିତ ନିୟମ ଅନୁଯାୟୀ କଠିନ ବର୍ଜ୍ଯବସ୍ତୁ ପରିଚାଳନା ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା l

Leave a Reply

Your email address will not be published. Required fields are marked *

You may have missed