August 7, 2026
Home » ନବୀନ କଲ୍ୟାଣ ମଣ୍ଡପର ଗୁରୁତ୍ୱ ପୁର୍ଣ ଫାଇଲ ଗାଏବ” ! ସମାଜସେବୀଙ୍କ ପକ୍ଷରୁ ଟାଉନ ଥାନରେ ଏତଲା ।

ନବୀନ କଲ୍ୟାଣ ମଣ୍ଡପର ଗୁରୁତ୍ୱ ପୁର୍ଣ ଫାଇଲ ଗାଏବ” ! ସମାଜସେବୀଙ୍କ ପକ୍ଷରୁ ଟାଉନ ଥାନରେ ଏତଲା ।

0
1001213771 (1)
ନୟାଗଡ  ( ଇପିଏ ) ନୟାଗଡ ଦେବୋତ୍ତର କଲୋନୀ ୧୨ ନମ୍ବରୱାର୍ଡ ନିକଟସ୍ତ ନବୀନ କଲ୍ୟାଣ ମଣ୍ଡପକୁ ଲାଗି ରହିଥିବା ୩ ଡିସିମିଲ ସରକାରୀ ଜାଗାକୁ ପୌରପାଳ ଶ୍ରୀମତୀ ନିରୁପମା ଖଟେଇ ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ଖଟେଇ କ୍ଷମତାର ଅପବ୍ୟବହାରକରି ଜବରଦଖଲ କରିବା ସହ ୮ ମାସ ତଳେ ଉକ୍ତ ଜାଗାରେ ୩ ମହଲା କୋଠା ନିର୍ମାଣ କରି ଅବସ୍ଥାନ କରୁଛନ୍ତି । ଜବର ଦଖଲ ଜାଗାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଉର୍ଧ୍ଵ ହୋଇ ଥିବା ବେଳେ ତା ଉପରେ ଏକ କୋଟି ଟଙ୍କା ବ୍ୟୟରେ ୩ ମହଲା କୋଠା ନିର୍ମାଣ ହୋଇଛି ।ଏହା କିପରି କାର୍ଯ୍ୟରତ କର୍ମଚାରୀଙ୍କ ଦୃଷ୍ଟି ଗୋଚର ହୋଇନାହିଁ, ତାହା ବଡ଼ ପ୍ରଶ୍ନ ହୋଇ ଥିବା ବେଳେ, ଶାଣିତ ସ୍ୱରରେ ପ୍ରଶ୍ନ ଉଠାଇଛନ୍ତି ଖୋଦ ବରିଷ୍ଠ ନାଗରିକ ତଥା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ । ପ୍ରମୋଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଚିଠି ମାଧ୍ୟମରେ ଜଣାଇ, ଜିଲାପାଳ, ତହସିଲଦାରଙ୍କୁ ନକଲ ପ୍ରଦାନ କରିଥିଲେ, ଏପଟେ ଚିଠି ପାଇବା ପରେ ତହସିଲଦାରଙ୍କ ନିର୍ଦେଶ କ୍ରମେ, ଆରଆଇ, ଅମିନ, ୱାରେଣ୍ଟ ଅଫିସର ସମ୍ପୃକ୍ତ ଜାଗାକୁ ମାପ ଚୁପ କରିଥିଲେ । ରୋଚକ କଥା ହେଉଛି ତା ୭.୭.୨୦୨୬ ରିଖରେ ଜବର ଦଖଲ ଜମିରେ ନିର୍ମାଣ କୋଠାର ସତ୍ୟତା ସମ୍ପର୍କରେ ତଥା ପ୍ରାଥମିକ ତଦନ୍ତରେ ଠୋସ ପ୍ରମାଣ ପାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁନିସିପାଲିଟି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏପଟେ ପୌରପାଳଙ୍କ ସ୍ୱାମୀ ଶ୍ରୀକାନ୍ତ ଖଟେଇ ତହସିଲଦାର ଙ୍କ କୋଟରୁ ସମନ ପାଇ ହାଜର ହେବା ସହ ପୁନର୍ବାର ମାପ ଚୁପ କରିବା ପାଇଁ ପକ୍ଷ ରଖିଥିବା ବେଳେ, ଦୁଃଖର ବିଷୟ ୧୫ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ୍ୟ ପୌର ପରିଷଦ ଆଇନ ଅନୁଯାୟୀ ଜବର ଦଖଲକାରୀଙ୍କୁ ଉଛେଦ କରିବା ନିମନ୍ତେ ଆଇନ ଗତ ଉଦ୍ୟମ ଆରମ୍ଭ ହୋଇ ନାହିଁ, ଏହାକୁ ନେଇ ପ୍ରମୋଦ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଗରିବ, ଖଟି ଖିଆ ବୁଲା ବିକାଳୀଙ୍କ ପାଇଁ ପୌର ପରିଷଦ ନିର୍ଦୟ ହୋଇ ଉଛେଦ ପ୍ରକ୍ରିୟା କଡା କଡି କରୁଥୁବା ବେଳେ, ବଡ଼ବଡିଆ ତଥା କ୍ଷମତା ଶାଳୀ ଜବର ଦଖଲକାରୀଙ୍କ ପାଇଁ ନୀରବ କାହିଁକି ? କାହା ଚାପରେ ନିର୍ବାହୀ ଅଧିକାରିଣୀ ? ଗରିବଙ୍କ ପାଇଁ ବୁଲଡ୍ରୋଜର ଲଗାଇ ଦେଉଥିବା ବେଳେ ଏପରି ସ୍ଥଳରେ କାହିଁକି ପଛଘୁଞ୍ଚା ଦେଇଛନ୍ତି ? ଏହାକୁ ଭିତି କରି ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେବା ଓ ଜବର ଦଖଲକାରୀଙ୍କୁ ଉଛେଦ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିବାବେଳେ, ଯଦି ଏହା ପ୍ରତି ଖିଲାପ କରନ୍ତି ବା ପୌରପରିଷଦ ଆଇନ ଅନୁଯାୟୀ ଉଚିତ ପଦକ୍ଷେପନ ନିଅନ୍ତି, ବାଧ୍ୟ ହୋଇ ଆମରଣ ଅନଶନ କରିବା ସହିତ ନ୍ୟାୟାଳୟର ଆଶ୍ରୟ ନେବାପାଇଁ ଚେତାବନୀ ଦେଇଥିଲେ,କିନ୍ତୁ ଏପଟେ ଏହି କିଛି ଦିନ ହେବ କଲ୍ୟାଣ ମଣ୍ଡପର ଫାଇଲର ଗୁରୁତ୍ୱ ପୁର୍ଣ କାଗଜ ପତ୍ର ଗାୟବ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡିବା ପରେ, ନବୀନ ମଣ୍ଡପର ଫାଇଲରେ ଟ୍ରେସିଂ ମ୍ୟାପ, ଓ ଜିଲ୍ଲା ପାଳଙ୍କ ଠାରୁ ଆରମ୍ଭ କରି ପୂର୍ତ୍ତବିଭାଗ ଯନ୍ତ୍ରୀ, ସହରlଞ୍ଚଳ ଜନ ସ୍ଵାସ୍ତ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କ ମିଳିତ ସ୍ଵାକ୍ଷର ତଥା ଆଉ କିଛି ଗୁରୁତ୍ୱପୁର୍ଣ କାଗଜ ଗାୟବ ହୋଇଥିବା ଖବର ଜଣା ପଡିବା ପରେ, ଜିଲାପାଳଙ୍କ ଅଧକ୍ଷତାରେ ଦସ୍ତଖତ ହୋଇଥିବାକାଗଜ କୁଆଡେ ଗଲା ତାହା ଆଲୋଚନାର ବିଷୟ ହୋଇଛି ।୬୩ ଡିସିମିଲରୁ 60ଡିସିମିଲ କଲ୍ୟାଣ ମଣ୍ଡପ ଓ ଆଉ 3ଡିସିମିଲ ସରକାରୀ ଜମି ନଗରପାଳଙ୍କ ଅକ୍ତିଆରରେ ରହିଥିବାବେଳେ, କାଗଜାତ ଫାଇଲ ଗାଏବ ! ଏଥିରେ କାହାର ହାତ ଅଛି ଓ ନିର୍ବାହୀ ଅଧିକାରୀ କାହିଁକି ଚୁପ ରହିଛନ୍ତି ଓ କିଏ ଏ କାଗଜ ନେଲା ? ତାହା ଏବେ ତଦନ୍ତ ସାପେକ୍ଷ ହୋଇ ଥିବା ବେଳେ, ମୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ଜାତ ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ରକ୍ଷା କରିବାପାଇଁ, ସ୍ୱରକୁ ଶାଣିତ କରି ବରିଷ୍ଠ ନାଗରିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଭିଯୋଗ କରି ତୁରନ୍ତ ଫାଇଲ ଗାୟବ ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନ ଥାନା ରେ ଉପସ୍ଥିତ ହୋଇ ଏତଲା ଦାୟର କରିଛନ୍ତି । ବର୍ତମାନ ଗୋଟିଏ ପଟେ ଅନ୍ଧ ଗଳିରେ ପୌରପାଳ, ଆଉ ଗୋଟିଏ ପଟେ ମୁନିସିପାଲିଟିର ନିର୍ବାହୀ ଅଧିକାରୀ, ଆଉ ଗୋଟିଏ ପଟେ ଶାଣିତ ସ୍ୱର ନେଇ ପ୍ରମୋଦ ପଟ୍ଟନାୟକଙ୍କ ଥାନାରେ ଏତଲା । ଦେଖାଯାଉ ପରବର୍ତୀ ସମୟରେ ଫାଇଲ କେବେ ମିଳୁଛି ? ଏଥିପ୍ରତି ଜିଲ୍ଲା ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ?ତାହା ଦେଖିବାକୁ ନୟାଗଡ ବାସୀ ଚାତକ ପରି ଚାହିଁବସିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *