ପୁରୀ ସାତପଡ଼ା ରାସ୍ତାର ଗିରଳ ନିକଟ ରେ ଏକ ଏରୋପ୍ଲେନ ରେଷ୍ଟୁରାଣ୍ଟ ହେବ।
ପୁରୀ ସାତପଡ଼ା ରାସ୍ତାର ଗିରଳ ନିକଟ ରେ ଏକ ଏରୋପ୍ଲେନ ରେଷ୍ଟୁରାଣ୍ଟ ହେବ। ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ଏରୋପ୍ଲେନ ରେଷ୍ଟୁରାଣ୍ଟ ରେ ବସି ବିଭିନ୍ନ ଖାଦ୍ୟ ର ମଜା ନେଇପାରିବେ। ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ଏକ ନିଆରା ଅନୁଭୂତି ପାଇବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋନି ଜି ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥା ଏହି ଭଳି ଏକ ନିଆରା ଏରୋପ୍ଲେନ ରେଷ୍ଟୁରାଣ୍ଟ କରିବ। ଦିଲ୍ଲୀ ରୁ ଏକ ଅବ୍ୟବହୃତ ବିମାନ କୁ ଏକ ବଡ ଟ୍ରକ୍ ରେ ପୁରୀ କୁ ଅଣାଯାଇଛି। ତେବେ ରାସ୍ତା ରେ ଯିବାବେଳେ ଏହାକୁ ଦେଖିବାକୁ ବହୁତ୍ ଲୋକ ଙ୍କ ଭିଡ଼ ଜମୁଛି। ତେବେ ଏରୋପ୍ଲେନ ରେଷ୍ଟୁରାଣ୍ଟ ହେଲେ ଏହା ପୁରୀ ରେ ପ୍ରଥମ ଥର ପାଇଁ ହେବ। ଏହି ଭଳି ନିଆରା ରେଷ୍ଟୁରାଣ୍ଟ ପୁରୀ ରେ ନାହିଁ। ତେବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ର ସହଯୋଗ ରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଭଳି ଏକ ନିଆରା ଏରୋପ୍ଲେନ ରେଷ୍ଟୁରାଣ୍ଟ ପରିକଳ୍ପନା କରାଯାଇଥିବା ପ୍ରାଥମିକ ସୂଚନା ରୁ ଜଣାପଡୁଛି।

ପୁରୀ ର ବାସିନ୍ଦା ପ୍ରକାଶ ରାଉତ କହିଛନ୍ତି, ଟ୍ରକ୍ ରେ ଏକ ବିଶାଳ ଏରୋପ୍ଲେନ ଯାଉଥିବାରୁ ଏହାକୁ ଦେଖିବାକୁ ଲୋକ ଙ୍କ ମଧ୍ୟରେ ବହୁତ୍ ଉତ୍ସାହ ରହିଛି। ତେବେ ଏହି ଏରୋପ୍ଲେନ କୁ ଏକ ରେଷ୍ଟୁରାଣ୍ଟ କରାଯିବା ବୋଲି ଆମେ ଜାଣିବାକୁ ପାଇଛୁ। ଏହା ବେଶ୍ ଖୁସିର କଥା। ରହି ଏରୋପ୍ଲେନ ରେଷ୍ଟୁରାଣ୍ଟ ହେଲେ ଏହା ପୁରୀ ରେ ପ୍ରଥମ ଥର ପାଇଁ ଏକ ନିଆରା ରେଷ୍ଟୁରାଣ୍ଟ ହେବ। ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ଏରୋପ୍ଲେନ ରେଷ୍ଟୁରାଣ୍ଟ ରେ ଖାଦ୍ୟ ଖାଇ ଏକ ନିଆରା ଅନୁଭୂତି ପାଇବେ। ପୁରୀ କୁ ଆସିବାକୁ ଅଧିକ ପର୍ଯ୍ୟଟକ ଙ୍କ ଆଗ୍ରହ ବୃଦ୍ଧି ହେବ। ତେବେ ଗିରଳ ନିକଟ ରେ ପୁରୀ ର ବିମାନ ବନ୍ଦର ନିର୍ମାଣ ହେଉଛି। ସେଠାରେ ଏରୋପ୍ଲେନ ରେଷ୍ଟୁରାଣ୍ଟ ହେଲେ ବହୁତ୍ ଭଲ ହେବ। ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ମାନେ ଏକ ନିଆରା ଅନୁଭୂତି ପାଇବେ।
