September 2, 2026
Home » ଧର୍ମଗଡ଼ ବ୍ଲକ୍‌ର ପୁଣି ଏକ ଗୌରବମୟ ସଫଳତା….

ଧର୍ମଗଡ଼ ବ୍ଲକ୍‌ର ପୁଣି ଏକ ଗୌରବମୟ ସଫଳତା….

0
WhatsApp Image 2026-09-02 at 1.47.25 PM

 

ଧର୍ମଗଡ଼ ବ୍ଲକ ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

​ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା ହୋଇଛି।୨୦୨୫-୨୬’ ପାଇଁ ଧର୍ମଗଡ଼ ବ୍ଲକ୍‌ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତ ମନୋନୀତ ହୋଇଛନ୍ତି।ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟିପିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତକୁ ଏହି ପୁରସ୍କାର ମିଳିବ।
​ଶିକ୍ଷା, ସହ-ପାଠ୍ୟକ୍ରମ ଏବଂ ବିଦ୍ୟାଳୟର ସାମଗ୍ରିକ ପରିବର୍ତ୍ତନ କ୍ଷେତ୍ରରେ ଉଭୟ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।


​ଆସନ୍ତା ୫ ସେପ୍ଟେମ୍ବର ୨୦୨୬ (ଗୁରୁ ଦିବସ) ରେ ଭୁବନେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରୁ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଶ୍ୱଜିତ୍ ବେହେରା ଓ ଟିପିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ନାଏକ ଓ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ନାଏକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୁମରାଜ ନାଏକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ।
​ଏହି ସଫଳତା ସମଗ୍ର ଧର୍ମଗଡ଼ ବ୍ଲକ୍ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, SMC ସଦସ୍ୟ ଅଭିଭାବକ
ଏବଂ ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ, ସରପଞ୍ଚ, ପିଇଓ ,ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ସମସ୍ତ ସଭ୍ୟ ସଭ୍ୟାଙ୍କ ନିଷ୍ଠା ଏବଂ ମିଳିତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ଓ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଏହି ସଫଳତାରେ ଧର୍ମଗଡ଼ ବିଡିଓ ସଦାଶିବ ନାୟକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ପଙ୍କଜିନୀ ମାଝୀ, ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖୁସି ବ୍ୟକ୍ତ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *