କେନ୍ଦୁଝର ରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସରେ ୧୦୮ୟୁନିଟ ରକ୍ତଦାନ
କେନ୍ଦୁଝର :-ଭାରତୀୟ ରେଡ଼କ୍ରସ ସଂସ୍ଥା ଜିଲ୍ଳା ଶାଖା ଦ୍ୱାରା ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ପାଳନ ଅବସର ରେ କେନ୍ଦୁଝର ସରକାରୀ ଇଞ୍ଜିନିଅରିଂ କଲେଜ ଯୁବରେଡ଼କ୍ରସ ଓ ଏନଏସଏସ ସହଯୋଗ ରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୦୮ୟୁନିଟ ରକ୍ତ ସଂଗ୍ରହ ହୋଇ ମାନବକଲ୍ୟାଣ ନିମନ୍ତେ ଜିଲ୍ଳା ରକ୍ତକେନ୍ଦ୍ର କୁ ପ୍ରଦାନ କରାଯାଇଛି, ଡକ୍ଟର ରାକେଶ ରାଜନ ଶୁକ୍ଲା ଏନଏସଏସ ଅଫିସର, ସୁଧାଂଶୁ ମେହେର ଯୁବରେଡ଼କ୍ରସ ସଂଯୋଜକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସରକାରୀ ଇଞ୍ଜିନିୟରିଙ୍ଗ କଲେଜ ଛାତ୍ର ଛାତ୍ରୀ ମାନେ ପ୍ରଚଣ୍ଡ ମାନବୀୟ ମନୋଭାବ ନେଇ ରକ୍ତଦାନ ରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରି ମାନବତାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ, ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସରୋଜ କୁମାର ଷଡ଼ଙ୍ଗୀ, ଜିଲ୍ଳା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠି, ଡେପୁଟି କଲେକ୍ଟର ଏମର୍ଜେନ୍ସି ଅଭିଳାଷ ପୁରୋହିତ, ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ, ସମାଜସେବୀ ଧରିତ୍ରୀ ରାଉତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିବା ପରେ ଅଧ୍ୟକ୍ଷ ପ୍ରଫେସର ଷଡ଼ଙ୍ଗୀ ନିଜେ ପ୍ରଥମେ ରକ୍ତଦାନ କରି ସମସ୍ତ ଯୁବ ରକ୍ତଦାତା ମାନଙ୍କୁ ଉତ୍ସହପ୍ରଦାନ କରିଥିଲେ, ଜିଲ୍ଳା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ସମାରୋହ ପରିଚାଳନା କରିଥିବା ବେଳେ ଡାକ୍ତର ରମାକାନ୍ତ ମୁଣ୍ଡା, ପିଆରଓ ଅକ୍ଷୟ ସାହୁ, ଭାଗିରଥି ମହାକୁଡ଼, ତପନ ନାଏକ, ଶଙ୍କର ନାଏକ, ଯତୀନ ସେଠି କବିତା ସେଠି ଉପେନ୍ଦ୍ର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ, ଏନସିସି ଏନଏସଏସ, ଯୁବରେଡ଼କ୍ରସ ସ୍ବେଛାସେବୀ ମାନେ ସକ୍ରିୟ ସହଯୋଗ କରିଥିଲେ, ଅତିଥି ବୃନ୍ଦ ମହାବିଦ୍ୟାଳୟ କୁ ସ୍ମରଣିକା ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ
