July 5, 2025
Home » ଜାତୀୟ ରାଜପଥ ୫୨0ନମ୍ବର ରେ ଦୁଇ ଦୁଇ ଟି ସଡ଼କ ଦୁର୍ଘଟଣା

ଜାତୀୟ ରାଜପଥ ୫୨0ନମ୍ବର ରେ ଦୁଇ ଦୁଇ ଟି ସଡ଼କ ଦୁର୍ଘଟଣା

0
WhatsApp Image 2025-01-21 at 2.34.23 PM

କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଜଙ୍ଗଲ ଜାତୀୟ ରାଜପଥ ୫୨0ନମ୍ବର ରେ ଦୁଇ ଦୁଇ ଟି ସଡ଼କ ଦୁର୍ଘଟଣା ଘଟିଛି ।ପ୍ରଥମ ଦୁର୍ଘଟଣା ଟି ପାଖାପାଖି ସନ୍ଧ୍ୟା 4 ଟା ରୁ 4.30 ମଧ୍ୟରେ ଏକ ଦ୍ରୁତଗାମୀ ଜେ ଏସ ଡବ୍ଲୁ କମ୍ପାନୀ ଷ୍ଟାଫ ବସ ୩୦ ଜଣ କର୍ମଚାରି ଙ୍କୁ ନେଇ ଗୁଆଲି ପଟୁ ଭଦ୍ରାସାହି  ପଟକୁ ଆସୁଥିବା । ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟି ରେ ବସ୍ ଟି ହାଇବା   ଗାଡ଼ି ର ପଛରେ ବାଡ଼େଇ ଦେଇଥିଲା ଯାହାଦ୍ୱାରା ବସ୍ ର ସାମନା ଭାଗ ଭାଙ୍ଗି ଚୁର ମାର ହୋଇଯାଇଥିଲା ।ବସ୍ ଚାଳକ କୁ ମୁହଁ ,ହାତ ଗୋଡ଼ ରେ ମାଡ଼ ହୋଇଥିବା ଜଣା ପଡ଼ିଛି ତାହା ସହିତ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯିବା ପରେ ୩ଜଣ ଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଛି । 

 ପୁଣି ସେଇଦିନ ରାତି 8ଟା ରେ ଦୁର୍ଘଟଣା ହୋଇଥିବା ସ୍ଥାନରୁ 100 ମିଟର ଭିତରେ ପୁଣି ଦୁଇ ହାଇବା ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ବାର ଚକ ହାଇବା ନମ୍ବର  OD 14 Q 2149 ଡ୍ରାଇଭର କୁ ପ୍ରଥମେ ଉଦ୍ଧାର କରି ମେଡିକାଲ ପଠାଇଦେଇ ଥିଲେ ଅନ୍ୟ ହାଇବା 16 ଚକ ନମ୍ବର jh 04 z 2349 (kps logistics) କମ୍ପାନୀ ଗାଡ଼ି ଡ୍ରାଇଭର କୁ ଅଗ୍ନିଶମ ବାହିନୀ ଦ୍ୱାରା ଗେସ କୋଟର ରେ ଗାଡି କୁ କାଟି ଉଦ୍ଧାର କରାଯାଇ ଜାତୀୟ ରାଜପଥ ଆମ୍ବୁଲାନ୍ସ ରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା ।

କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *