May 13, 2025
Home » ଧର୍ମଗଡ ମୁସଲିମ ଜମାତ କମିଟି ପକ୍ଷରୁ ଜାତୀୟ ରାଜପଥ ରେ ବୃକ୍ଷ ରୋପଣ

ଧର୍ମଗଡ ମୁସଲିମ ଜମାତ କମିଟି ପକ୍ଷରୁ ଜାତୀୟ ରାଜପଥ ରେ ବୃକ୍ଷ ରୋପଣ

0
WhatsApp Image 2024-08-17 at 12.16.08 PM

୭୮ତମ ସ୍ବାଧିନତା ଦିବସ ପାଳନ ଅବସରରେ ମୁସଲିମ ଜମାତ କମିଟି ପକ୍ଷରୁ ମସଜିଦ ଏ ତାଜୁଶରୀୟା ପରିସରରେ ସଭାପତି ରଫି ଉଦ୍ଧିନ୍ ଖାଁ ରାଷ୍ଟ୍ରୀୟ ଧ୍ଵଜା ତ୍ରିରଙ୍ଗା ଉତ୍ତୋଲାନ କରିଥିଲେ। ଏଇ ଅବସରରେ ଧର୍ମଗଡ଼ ମୁସଲିମ ଜମାତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ବାରା ପ୍ରାୟୋଜିତ ” ମା’ ପାଇଁ ଗୋଟିଏ ଗଛ” କାର୍ଯକ୍ରମକୁ ସଫଳ କରିବା ନିମନ୍ତେ ପ୍ରୟାସ କରିଛନ୍ତି।


ଜାତୀୟ ରାଜପଥ ୧୩୦ସି ଧର୍ମଗଡ କାଶିବାହାଲ ରାସ୍ତା କଡ଼ରେ ପିପଳ ଗଛ ଚାରା ରୋପଣ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଭାଗିତା ପ୍ରଦର୍ଶନ କରିଛନ୍ତି। ଉକ୍ତ ବୃକ୍ଷ ରୋପଣ କାର୍ଯ ରେ ରଫିଉଦ୍ଦିନ୍ ଖାଁ ସମେତ ଅବଦୁଲ ରେହମାନ,ମହମ୍ମଦ ଇସଲାମ,ମହମ୍ମଦ ରଜ୍ଜାକ୍ , ଅଜିମ୍ ଖାଁ,ମହମ୍ମଦ ମୁସ୍ତ କିମ୍ ପ୍ରମୁଖ ସାମିଲ ହୋଇଥିଲେ।

ଧର୍ମଗଡ ଇପିଏ ରୁ ଏ. ବ୍ରହ୍ମାନନ୍ଦ ଆଚାରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *