October 15, 2026
Home » ଅକ୍ଟୋବର 11 ତାରିଖ ରେ ଅନୁଷ୍ଠିତ ହେବ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର l

ଅକ୍ଟୋବର 11 ତାରିଖ ରେ ଅନୁଷ୍ଠିତ ହେବ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର l

0
WhatsApp Image 2026-09-20 at 12.49.25 PM

 

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦୁର୍ଗା ମନ୍ଦିର ସଭା ଗୃହ ଠାରେ ସ୍ବର୍ଗତ ଅଭିଜିତ ପୂଜାହାରୀ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ l ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଦ୍ବାରା ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ସ୍ମୃତି ସଭା, ରକ୍ତଦାନ ଶିବିର, ,ରକ୍ତ ନମୁନା ପରୀକ୍ଷା ରାଜ୍ୟ ସ୍ତରୀୟ କବିତା ଆସର ଓ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏ ନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‌ସୂଚନା ପ୍ରଦାନ କରିଥିଲେ ବୁର୍ଲା ଭୀମସାର ର ସ୍ତ୍ରୀ ଓ ପ୍ରସୁତି ବିଭାଗ ପ୍ରଫେସର ଡ଼ାକ୍ତର ବେଣୁଧର ପାଣ୍ଡେ । ପ୍ରଫେସର ଡ଼ା.ପାଣ୍ଡେ ଜିଲ୍ଲା ରେ ପ୍ରଥମ କରି ବିଭିନ୍ନ ବିଭାଗର ୮ ଜଣ ସୁପର ସ୍ପେସାଲିଷ୍ଟ,, ୨୫ ଜଣ ବି‌ଶେଷଜ୍ଞ ଡ଼ାକ୍ତର ଓ ୫୦ ରୁ ୬୦ ଜଣ ଅନ୍ୟାନ୍ୟ ଡ଼ାକ୍ତର ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ଅକ୍ଟୋବର ୧୧ ତାରିଖ ଦିନ ଉପସ୍ଥିତ ରହି ଲୋକଙ୍କୁ ମାଗଣା ସେବା ଯୋଗାଇଦେବେ ବୋଲି ସୂଚନା ଦେଇଛନ୍ତି । ଏହାସହିତ ରାଜ୍ୟର ୧୦୦ ରୁ ଅଧିକ କବି ,କବୟିତ୍ରୀ ଯୋଗ ଦେବା ସହ, ସମ୍ବଲପୁର ତ୍ରୀଲୋଚନ ନେତ୍ରାଳୟ ପକ୍ଷରୁ ବରିଷ୍ଠ ଡ଼ାକ୍ତରଙ୍କ ଉପସ୍ଥିତି ରେ ଚକ୍ଷୁ ପରୀକ୍ଷା,ମାଗଣା ଚଷମା ପ୍ରଦାନ, ରକ୍ତ ପରୀକ୍ଷା, ମାଗଣା ଚକ୍ଷୁ ଅପରେସନ କରିବାକୁ ସମ୍ବଲପୁରକୁ ନିଆଯିବା ସହିତ ଅଞ୍ଚଳର ୨୦୨୨ ରୁ ୨୦୨୬ ବର୍ଷରେ ଡ଼ାକ୍ତରୀ ପାଠ ପଡ଼ୁଥିବା ଓ ନବମ ଶ୍ରେଣୀରେ ଅଧିକ ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ରଖିଥିବା ଉଚ୍ଚ ବିଦ୍ୟାଳୟ ଛାତ୍ର, ଛାତ୍ରୀ କୃତ କାର୍ଯ୍ୟ ହୋଇଥିବା ଓ ବିଶ୍ବବିଦ୍ୟାଳୟ ସ୍ତରରେ ବିନିକା ଡିଗ୍ରୀ ମହାବିଦ୍ୟାଳୟ ଟପ୍ପର ହୋଇଥିବା ୨ଜଣ ଛାତ୍ର ଙ୍କୁ ଏହି ସ୍ମୃତି ସଭାରେ ସମ୍ବର୍ଦ୍ଧିତ କରାଯିବ l ଏହି ରାଜ୍ୟ ସ୍ତରୀୟ ସ୍ମୃତି ସଭାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ,, ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ଅନେକ ସୁନାମଧନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ମୃତି ଚାରଣ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ହାରାହାରି ୧୫ ହରାର ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାସହ ବିଭିନ୍ନ ବିଭାଗରେ ହାରାହାରି ପାଞ୍ଚ ହଜାର ରୋଗୀଙ୍କୁ ସେବା ଯୋଗାଇ ଦେବାର ଅନୁମାନ କରିବାସହ ଏହି କାର୍ଯ୍ୟକ୍ରମରେ ପୂର୍ବବର୍ଷ ଭଲି ଚଳିତ ବର୍ଷ ସ୍ବଇଚ୍ଛାରେ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିବାକୁ ଜନସାଧାରଣଙ୍କୁ ବିନିକା ମାଟିର ସନ୍ତାନ ପ୍ରଫେସର ଡ଼ା. ପାଣ୍ଡେ ହାତ ଯୋଡ଼ି ନିବେଦନ କରିଛନ୍ତି l ଏହି ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ସଭାପତି ଇଂ. ଅର୍ଚ୍ଚନା ପୂଜାହାରୀ, ସମ୍ପାଦକ ପ୍ରୀୟରଞ୍ଜନ ହୋତା, ଦୁର୍ଗା ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ପଣ୍ଡା, ସମ୍ପାଦକ ଗନ୍ଧର୍ବ ମାହାର, ପ୍ରମୋଦ ପଣ୍ଡା, ଅଶ୍ବିନୀ ପଣ୍ଡା, ଗଜେନ୍ଦ୍ର ମିଶ୍ର, ସୌମିତ୍ରୀ ପତି, ଉଷତ କର ଓ ସଞ୍ଜିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *