ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରାରେ ଗାଧୋଇବା ସକାଶେ ଡହକବିକଳ ହରିଜନ ପଡ଼ାବାସୀ ଇଚ୍ଛାପୁର
ବରଗଡ଼ ଜିଲ୍ଲା ଭେଡେନ ବ୍ଳକ୍ ମାନପୁର ପଞ୍ଚାୟତର ଇଚ୍ଛାପୁର ହରିଜନ ପଡ଼ାବାସୀ ପାଣି ପାଇଁ ଗାଧୋଇବା ସକାଶେ ନିରୂପାୟ, ଯେଉଁ ପୋଖରୀରେ ହରିଜନ ପଡ଼ାବାସୀ ନିତ୍ୟ ବବ୍ୟହାର୍ଯ୍ୟ କରନ୍ତି, ସଂପୃକ୍ତ ପୋଖରୀକୁ ବର୍ତ୍ତମାନ ମାଛ ଚାଷ ସକାଶେ ମାନପୁର ଗ୍ରାମପଞ୍ଚାୟତରେ ଠିକାରେ ଦିଆଯାଇଅଛି, ହେଲେ ଠିକାରେ ନିଳାମ ନେଇଥିବା ହିତାଧିକାରୀ ସଂପୂର୍ଣ୍ଣ ରୂପେ ଜଳ ନିଷ୍କାସନ କରି ମାଛ ମାରିପୋଖରୀକୁ ଶୁଷ୍କ ରଖିଅଛି, ବର୍ତ୍ତମାନ ଆମ୍ଭେ ପଡ଼ାବାସୀ କେଉଁଠି ଗାଧୋଇବୁ,ଏହାର ଜବାବ ଦେବ କି ?ଏହିନୀରହ ଆବାଳବୃଦ୍ଧ କେଉଁଠି ଗାଧୋଇବେ ପ୍ରଶାସନ ଶୀଘ୍ର ଦୃଷ୍ଟିଦେଇ ସୁବ୍ୟବସ୍ଥ। କରନ୍ତୁ, ଯଦି ପ୍ରଶାସନ ନୀରବ ରହିବେ,ତାହେଲେ ଆଗାମୀ ଦିନରେ ପାଣିପାଇଁ ନୀରହ ଜନସାଧାରଣ ଜୀବନ ପ୍ରତି ବିପଦର ସମ୍ମ ସମ୍ମୁଖୀନ ହେଲେ
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
