ଚତୁର୍ଥ ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଂଗଠନଙ୍କର ତାଲିମ ଶିବିର ଅନୁଷ୍ଠିତ l
ସୁବର୍ଣ୍ଣପୁର: ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ସହାୟତାରେ ଓ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ଆୟୋଜନ କ୍ରମେ ସଭାଗୃହ ଠାରେ ବୌଦ୍ଧ ଜିଲ୍ଲାର ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନ ନିର୍ଦ୍ଦେଶକ, ସକ୍ରିୟ ସଦସ୍ୟ ଓ ଅଗ୍ରଣୀ କୃଷକ ମାନଙ୍କୁ ନେଇ ଚତୁର୍ଥ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ବ୍ଲକ ମସ୍ୟ ଅଧିକାରୀ ଅଜୟ କୁମାର ବେହେରା,ବଘିଆପଡା ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗଦେଇ ନିଜ ନିଜ ବିଭାଗର ସରକାରୀ ଯୋଜନା ଉପରେ ଉପସ୍ଥାପନା କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସସ୍ମିତା ପାଳ ପ୍ରତିଦିନ ଖାଉଥିବା ଖାଦ୍ୟ କିପରି ସୁଷମ ଓ ସ୍ଵାସ୍ତ୍ୟ ପ୍ରତି ଉପକାରୀ ହୋଇ ପାରିବ ଉପସ୍ଥାପନା କରିଥିଲେ l

ବିଭିନ୍ନ ଆଲୋଚନାରେ ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନର ଉପଦେଷ୍ଟା ତଥା ସାମାଜିକ କର୍ମୀ କେଦାରନାଥ ସାହୁ ଯୋଗଦେଇ କୃଷକ ମାନଙ୍କ ଆର୍ଥିକ ଉନ୍ନତି କିପରି ଉତ୍ପାଦକ ସଂଗଠନ ମାନଙ୍କ ମାଧ୍ୟମରେ ହୋଇପାରିବ ବୁଝାଇଥିଲେ l ସେହିପରି ସାମାଜିକ ସଂଗଠନ ପିସପୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ଯୋଗଦେଇ କୃଷକ ସଂଗଠନ ମାଧ୍ୟମରେ କୃଷକ ମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ସାର, ଔଷଧ, ବିହନ, କୃଷି ଯନ୍ତ୍ରପାତି, ଜ୍ଞାନକୌଶଳ ଦେଇ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଉତ୍ପାଦିତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ବିକ୍ରିବଟା କରିବା ପାଇଁ କହିଥିଲେ l ବୌଦ୍ଧ ଜିଲ୍ଲାରେ ବେଆଇନ ଚାଷରୁ ମୁକ୍ତି କରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇ ବିଭିନ୍ନ ଅର୍ଥକାରୀ ଫସଲ କରି ଆର୍ଥିକ ଉନ୍ନତି କରିବା ପାଇଁ ବିଭିନ୍ନ କୃଷକ ସଂଗଠନ, ସାମାଜିକ ସଂଗଠନ, ସରକାରୀ ବିଭାଗ ତରଫରୁ ଚେଷ୍ଟା କରିବା ପାଇଁ ସାମାଜିକକର୍ମୀ ତଥା ସାଲୁଙ୍କି କୃଷକ ଉତ୍ପାଦକ ସଂଗଠନ ସି ଇ ଓ କୃତ୍ତିବାସ ପଲିଆ ଉପସ୍ଥାପନା କରିଥିଲେ l ଶେଷରେ କୃଷି ବୈଜ୍ଞାନିକ ଡ଼. ମୟୂରୀ ସିଂ ସର୍ଦାର ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
