May 2, 2026
Home » ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-05-02 at 3.27.47 PM

ପୁରୀ:  ଶିକ୍ଷାନୁଷ୍ଠାନ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୁସମନ୍ବୟ ହିଁ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ର ମୂଳଦୁଆ ହୋଇଥାଏ।ତେଣୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାରସ୍ପରିକ ସହଯୋଗ ଓ ଭାଇଚାରା ସୃଷ୍ଟି ପାଇଁ ଅନୁରୋଧ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୂର୍ବାହ୍ନରେ ଟାଉନହଲ ପରିସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଶିକ୍ଷା ର ବିକଳ୍ପ କେବଳ ଶିକ୍ଷା ହିଁ ହୋଇଥାଏ।ତେଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମି ର ବିକାଶ କ୍ଷେତ୍ରରେ ସରକାରଙ୍କ ଠାରୁ ଆରମ୍ଭ କରି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ଜରୁରୀ ହୋଇଥାଏ।ଆମେ ଯେଉଁଠି ପଢିଛନ୍ତି, ବଢିଛନ୍ତି ଓ ମଣିଷ ହୋଇଛନ୍ତି ତାହାର ବିକାଶ ରେ ଆମର ଅବଦାନ ଜରୁରୀ।ତେଣୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯିଏ ଯେଉଁ କ୍ଷେତ୍ରରେ ରହିଛନ୍ତି, ସେମାନେ ନିଶ୍ଚିତ ନିଜ ପ୍ରିୟ ବିଦ୍ୟାଳୟ ର ସାମଗ୍ରିକ ଉନ୍ନତି ପାଇଁ ସହଯୋଗ କରିବାକୁ ଶ୍ରୀ ସେଠୀ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳାର ଉପ ନିର୍ଦ୍ଦେଶକ ଡଃ ସିପ୍ରା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭବମ ପ୍ରଧାନ, ପୁରାତନ ଛାତ୍ରୀ ସଂସଦର ସଭାପତି ରୀନା ମଣି ସାହୁ,ରାଜ୍ୟ ରେଡକ୍ରସ ର ଆଜୀବନ ସଦସ୍ୟ ଜୟନ୍ତୀ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାଥ ପୂଜାପଣ୍ଡା ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ବିକାଶ ର ଆବଶ୍ୟକତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ସମ୍ପର୍କରେ ଆଲୋଚନା ଓ ନିୟମିତ ବ୍ୟବଧାନରେ ପୁରାତନ ଛାତ୍ରୀ ସଂସଦର ବୈଠକ ଆୟୋଜନ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗୀତା ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ପଞ୍ଚସଖା ଶିକ୍ଷା ସେତୁ ସମ୍ପର୍କରେ ସରକାରୀ ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଛାତ୍ରୀ ତଥା ହକି ଖେଳାଳୀ ଲିପ୍ସା ରାଣୀ ପ୍ରିୟଦର୍ଶିନୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଶିକ୍ଷୟିତ୍ରୀ ଅଳକାନନ୍ଦା ସମସ୍ତଙ୍କୁ ସ୍ବାଗତ ସହ ମଞ୍ଚ ସଂଚାଳନ ଓ ପଞ୍ଚସଖା ଶିକ୍ଷା ସେତୁ ଦାୟିତ୍ୱ ରେ ଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ବୈଶାଳିନୀ ମହାପାତ୍ର ଶିକ୍ଷା ସେତୁ ଓ ସଚେତନତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଶିକ୍ଷକ ସୌଭାଗ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଏନସିସି ଅଧିକାରୀ ଶୋଭାମଣୀ ସ୍ବାଇଁ, ଶିକ୍ଷୟିତ୍ରୀ ନିହାରୀକା ରଥ,ଦେବଜାନୀ ସାହୁ,ପିଙ୍କି ବେହେରା, ସ୍ବର୍ଣ୍ଣ ପ୍ରଭା, ମନସ୍ବିନୀ, ମଧୁସ୍ମିତା, ସୁଜାତା ସେଠୀ, ହରପ୍ରିୟା,ସୁଜାତା ଚକ୍ରବର୍ତ୍ତୀ,ସ୍ମିତାରାଣୀ, ନିରୁପମା,ଦେବଦର୍ଶିନୀ ମିଶ୍ର, ସବିତା, ପ୍ରିୟମ୍ବଦା,ପ୍ରଜ୍ଞା, ବସୁମତୀ, ରାଜଲକ୍ଷ୍ମୀ, ବିନାୟକ ସିଂହାରୀ,ରେଣୁବାଳା, ଦେବଜାନୀ ପଟ୍ଟନାୟକ, ଝୁନିଲତା ଓ ଦୀନବନ୍ଧୁ ପ୍ରମୁଖ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

 

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *