May 17, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୫ ତମ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୫ ତମ ଦିବସ

0
WhatsApp Image 2026-05-16 at 10.32.35 AM

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୭୭*ତିନିରଥ ର ଭୋଇ ସେବକ – ୭୬*ତିନିରଥ କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୨୦*ତିନିରଥ ର ରୂପକାର ସେବକ – ୨୧*ତୁମ୍ବ ବିନ୍ଧ କାରୀଗର – ୨*ରଥଖଳା ସହାୟକ (ପାଣି ବାଲା) – ୧ମୋଟ – ୨୦୧ ଜଣ
ରଥ ନିର୍ମାଣର ୨୫ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟ ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ ।
ରଥ ନିର୍ମାଣ ଅଗ୍ରଗତି
(ଗତକାଲି ସୁଦ୍ଧା ତିନି ରଥର ୩୨ ଗୋଟି ଚକ ନିର୍ମାଣ ଶେଷ ହେବାସହ ୧୪ ନାହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଥିଲା)
ଆଜିସୁଦ୍ଧା ତିନିରଥ ର ୩୩ ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହେବାସହ, ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂର୍ବରୁ ଭୂଇଁ ଚଉତା ର ପାଖୁଡ଼ା ବିନ୍ଧ ପାଇଁ ମାପ ଚିହ୍ନ ଗାରିଆ ଶେଷ )
ତିନି ରଥର ୪ ନାହାକା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ / ତିନିରଥର ଦୁଇଟି ଲେଖାଏଁ ଧମକ ର ଚଉପଟ କାର୍ଯ୍ୟ ଆରମ୍ଭ
ତିନି ରଥର ୪୨ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୩୩ ଗୋଟି ଚକ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ୯ ଗୋଟି ଚକ ନିର୍ମାଣ ପରେ ତିନି ରଥର ମୋଟ ୪୨ ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହେବ।
ତାଳଧ୍ଵଜ ରଥ ଚାଳି
ତାଳଧ୍ଵଜ ରଥର ୧୪ ଗୋଟି ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ବାକି ୫ ଗୋଟି ଚକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଆଜି ତାଳଧ୍ଵଜ ରଥର ମହାରଣା ସେବକ ମାନେ ୧୦ ମ ଏବଂ ୧୧ ତମ ଚକର ତୁମ୍ବ ଅର ସିଙ୍ଗଡା ରେ ପଇ ପିନ୍ଧା ଶେଷ କରି ପଇ କଳଶା ପାଇଁ ପଇରେ ମାପ ଚିହ୍ନ ପକା ଶେଷ କରିଛନ୍ତି । ଏଥିସହ ୧୨ ତମ ୧୩ ତମ ଚକ ର ପଇ ବିନ୍ଧ ଶେଷ ହୋଇ ତୁମ୍ବ ସିଙ୍ଗଡା କଟା ଯାଇ ମୁଖ ସାଲ ଶେଷ ହୋଇଛି ।
ଦର୍ପଦଳନ ରଥ ଚାଳି
ଦର୍ପଦଳନ ରଥର ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ,୧୧ ତମ ଚକର ତୁମ୍ବ ର ପଇ ପିନ୍ଧା ଶେଷ ହୋଇ ପଇ କଳଶା ଜାରି ରହିଛି । ଏଥି ସହ ଦର୍ପଦଳନ ରଥର ଚଉପଟ ଶେଷ ହୋଇଥିବା ମୁହାଁଟ, ନିରାଡ଼ି ଏବଂ ଭୂଇଁ ଚଉତା ର ବିନ୍ଧ ପାଇଁ ବିନ୍ଧ ମାପ ଚିହ୍ନ ପକା ଶେଷ ହୋଇଛି। ଏଥିସହ ଦର୍ପ ଦଳନ ରଥର ମହାରଣା ସେବକ ମାନେ ଚାରି ଗୋଟି ଚାରି ନାହାକା ରୁ ୩ ଗୋଟି ନହାକାର ଚଉପଟ କାର୍ଯ୍ୟ ଶେଷ କରି ସେଥିରେ ଆଠ କୋଣୀ ଅଂଶ ମାରା କାର୍ଯ୍ୟ ଜାରି ରଖିଛନ୍ତି।
ନନ୍ଦିଘୋଷ ରଥ ଚାଳି
ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ଆଜି ସୁଦ୍ଧା ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଛି।୧୫ ତମ ଚକର ପଇ ବିନ୍ଧ ଶେଷ ହୋଇ ତୁମ୍ବ ସିଙ୍ଗଡା ର ଅର କଟା ସହ ମୁଖ ସାଲ ଶେଷ ହୋଇଛି। ଏଥିସହ ନନ୍ଦିଘୋଷ ରଥର ଚଉପଟ ଶେଷ ହୋଇଥିବା, ୧୨ ଗୋଟି ଭୂଇଁ ଚଉତା ଚଉପଟ ପରେ ବିନ୍ଧ ପାଇଁ ମାପ ଚିହ୍ନ ପକା ଶେଷ ହୋଇଛି, ଏବଂ ୪ ଗୋଟି ନାହାକା ରୁ ଦୁଇ ଗୋଟି ନାହାକା ର ଚଉପଟ ପରେ ଆଠ କୋଣୀ ଅଂଶ ମାରା କାର୍ଯ୍ୟ ଶେଷ ହୋଇଛି,ବାକି ଦୁଇଟି ନାହାକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏଥିସହ ଆଜି ନୂତନ ସେଡ୍ କୁ ସ୍ଥାନାନ୍ତର ହୋଇଛି ବାହାର ରଥ ଖଳା ରେ ଥିବା ତିନିରଥର ସମସ୍ତ ଚକ ଗୁଡିକୁ।ପ୍ରବକ ରୌଦ୍ର ତାପରୁ ରଥ ଚକ ଗୁଡିକୁ ସୁରକ୍ଷା ଯୋଗାଇଦେବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟା ପୂର୍ବରୁ ତିନିରଥର ଭୋଇ ସେବକ ମାନେ ପୋଲିସ ସୁରକ୍ଷା ମଧ୍ୟରେ ୨୭ ଗୋଟି ଚକକୁ ଗଡ଼ାଇ ଆଣି ନୂତନ ସେଡ ରେ ସୁରକ୍ଷିତ ଭାବେ ରଖିଛନ୍ତି
ରୂପକାର
ତିନି ରଥର ରୂପକାର ମାନେ କୋଣ ଗୁଜ ବା ସାଲ ଗୁଜ ରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିବା ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଘଡି ମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *